News

ଅଣସର ବାସରେ ଶ୍ରୀଜିଉ 

ଜଗାକୁ ଜ୍ଵର

ଗତକାଲି ଥିଲା ଦେବସ୍ନାନ ପୂର୍ଣ୍ଣିମା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦିରୁ ସ୍ନାନବେଦିକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏହି ଉପଲକ୍ଷେ ଆଜି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବା ସହ କୋଟି ପୂଣ୍ୟ ଲାଭ କରିଥିଲେ। ଏଥିପାଇଁ ସମଗ୍ର ବଡ଼ଦାଣ୍ଡ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହୋଇ ଉଠିଥିଲା। ଭକ୍ତ ଓ ଭଗବାନ ଏକାକାର ହୋଇ ଯାଇଥିଲେ।

୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ମହାପ୍ରଭୁ ଜ୍ୱରରେ ପୀଡିତ ହେବେ ରତ୍ନ ସିଂହାସନ ଛାଡ଼ି ଅଣସର ପିଣ୍ଡିରେ ବିରାଜମାନ କରିଛନ୍ତି ମହାପ୍ରଭୁ। ଦଇତାପତିଙ୍କ ଦ୍ୱାରା ସେଠାରେ ଗୁପ୍ତ ସେବା ଆରମ୍ଭ ହୋଇଛି। ଏହା ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ଅନ୍ୟପକ୍ଷରେ ଆଜିଠାରୁ ବ୍ରହ୍ମଗିରି ଅଲାରନାଥରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

ଆଜିଠାରୁ ୧୫ ଦିନ ଧରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦର୍ଶନ ସଂପୂର୍ଣ୍ଣ ଭାବରେ ବନ୍ଦ ରହିବ। ରତ୍ନସିଂହାସନରେ ପଟି ଦିଅଁ ପୂଜା ପାଉଛନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରଭୁ ନାରାୟଣ, ବଳଭଦ୍ରଙ୍କ ବାଡ଼ରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ବାଡ଼ରେ ପୂଜା ପାଉଛନ୍ତି ଭୁବନେଶ୍ୱରୀ।

ପଢନ୍ତୁ; ନାରୀ ମାନଙ୍କର କେଉଁ ସବୁ ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷଣି ବୋଲି କୁହାଯାଇଥାଏ! ଜାଣନ୍ତୁ

Related posts

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ENO Beuro

୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ହେଡଲିଙ୍କ ଉପରେ ଆକ୍ରମଣ

ENO Beuro

ଡ୍ରୋନ୍ ନିୟନ୍ତ୍ରଣ ପାଇଁ ସରକାର ଘୋଷଣା କଲେ ନିୟମ

ENO Beuro

1 comment

Leave a Comment