News

ଅଣସର ପିଣ୍ଡିରେ ଶ୍ରୀଜିଉ, ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରୀ ତେଲ

Untitled 1

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ । ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ  ଲାଗି କରାଯିବ।। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲକୁ ପ୍ରସ୍ତୁତ କରାଯାଇଛି । ଆଜି ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ନେବାର ପରମ୍ପରା ରହିଛି ।

ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଫୁଲୁରୀ ତେଲର ଏହି ମହୌଷଧି  ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ। ଏହାକୁ ଗତବର୍ଷ ସ୍ନାନପୂର୍ଣ୍ଣିମାଠାରୁ ମାଟି ତଳେ ପ୍ରସ୍ତୁତ କରି ରଖାଯାଏ । ଓଡ଼ିଆ ମଠ ଆଜି ଏହାକୁ ମାଟି ତଳୁ ବାହାର କରି ଶ୍ରୀମନ୍ଦିରକୁ ପଠାଇଥାନ୍ତି । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଏହି ଫୁଲୁରୀ ତେଲରେ ଚିକିତ୍ସା କରାଯିବ। ଏହା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରନ୍ତ ବୋଲି ବିଶ୍ୱାସ ରହିଛି।

ପଢନ୍ତୁ: ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବାକୁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଧମକ

Related posts

ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

ENO Beuro

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ENO Beuro

ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

ENO Beuro

Leave a Comment