News

କାଲି ସନ୍ଧ୍ୟା ୭ରୁ ବନ୍ଦ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

Untitled 1

ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା  ପ୍ରସ୍ତୁତି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ଦୁଇ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଛି। ଆସନ୍ତାକାଲି ନବମୀରେ ସନ୍ଧ୍ୟା ଦର୍ଶନ ସରିବା ପରେ ୧୨ ତାରିଖ ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତେଣୁ ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଲୋକେ ଜନ୍ମବେଦୀରେ ଦର୍ଶନ  କରିପାରିବେ। ସନ୍ଧ୍ୟା ୭ଟା ପରେ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।

ଶୁକ୍ରବାର ଏକାଦଶୀ ଦିନ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଏବଂ ୧୩ ତାରିଖରେ ସୁନାବେଶ  ଅନୁଷ୍ଠିତ ହେବ ।ସାଧାରଣ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ପାଇଁ ୪୦ରୁ ୪୫ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ଏସପି କହିଛନ୍ତି ।

ପଢନ୍ତୁ: ଭାରତରେ ଅନଲାଇନ ପବଜୀରେ ଲାଗିପାରେ ବ୍ୟାନ୍ !

 

Related posts

କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ

ENO Beuro

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

Ratnamani Moharana

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

Leave a Comment