News

ସରିଲା ରତ୍ନଭଣ୍ଡାର ଯାଞ୍ଚ କିନ୍ତୁ ଫିଟି ପାରିଲାନି ସଠିକ ରହସ୍ୟ

ଭିତର ଭଣ୍ଡାରକୁ ଗଲେ ନାହିଁ ଯାଞ୍ଚ ଦଳ

ହାଇକୋର୍ଟଙ୍କ ନିର୍ଦେଶ , ସରକାରଙ୍କ ଅନୁମତି , ବିଶାଳ ଆୟୋଜନ , ବ୍ୟାପକ ପ୍ରସ୍ତୁତି । ତଥାପି ହୋଇ ପାରିଲା ନାହିଁ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଯାଞ୍ଚ । ଭିତର ଭଣ୍ଡାର ଘରକୁ ପଶିପାରିଲେ ନାହିଁ । ରହସ୍ୟରେ ରହିଗଲା ସବୁ ରହସ୍ୟ । ଫିଟିଲାନି ରତ୍ନ ଭଣ୍ଡାରର ଗୁମର ।

ଡରିଲେ ଯାଞ୍ଚକାରୀ ଦଳ । ଭୟାବହ ଥିଲା ବାହାର ଭଣ୍ଡାରର ଦୃଶ୍ୟ । ଅଲନ୍ଧୁ , କିଟିମିଟି ଅନ୍ଧାର ଏବଂ ଗୁମ୍ ସୁମ ବାତାବରଣ । ଭଣ୍ଡାରଘର ଭିତରେ ଅଘଟଣ ଘଟି କୋର୍ କମିଟି ଅଧକ୍ଷ୍ ଜିସି ମିତ୍ର ରକ୍ତାକ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହୋଇ  ବାହାରିଲେ । ବାହାର ଭଣ୍ଡାରଘର ସେଖି ପଳାଇ ଆସିଲେ ଯାଞ୍ଚ ଦଳ । ମାତ୍ର ୮ ରୁ ୧୦ ମିନିଟ ମଧ୍ୟରେ ସରିଗଲା ରତ୍ନଭଣ୍ଡାର ଯାଞ୍ଚ ।

କିନ୍ତୁ ବାହାରେ ଆସି ଜଣାଇଲେ , ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଫାଟ ରହିଛି । କାନ୍ଥ ଓଦା ଏବଂ ଦୁର୍ବଳ ରହିଛି । ତେଣୁ ରତ୍ନଭଣ୍ଡାରର ମରାମତି ଆବଶ୍ୟକତା ରହିଛି । ରତ୍ନଭଣ୍ଡାର ଯାଂଚ୍ ପରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିିଟି ବୈଠକରେ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା । ଏଏସଆଇର ଇଂଜିନିୟର ୭ ଦିନ ମଧ୍ୟରେ ରତ୍ନଭଣ୍ଡାର ଯାଂଚ୍ ନେଇ ରିପୋର୍ଟ ଦେବେ । ଏହାପରେ ସରକାର ନିଷ୍ପତି ନେବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ରତ୍ନଭଣ୍ଡାର ଯାଂଚ୍ ପରେ ଆଜି ଭୁବନେଶ୍ୱରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପରିଷଦର ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ରତ୍ନଭଣ୍ଡାର ଯାଂଚ୍ ନେଇ ସମୀକ୍ଷା କରାଯାଇଛି । ରହସ୍ୟରେ ରହିଗଲା ରତ୍ନଭଣ୍ଡାରର ଭିତର ଗୃହ । ଯେଉଁ ଭିତର ଗୃହକୁ ନେଇ ଚାରିଆଡେ ଉତ୍କଣ୍ଠା ଲାଗିରହିଛି, ସେହି ଭିତର ଭଣ୍ଡାରକୁ ପ୍ରବେଶ ନକରିବା ପାଇଁ ନିଷ୍ପତି ନେଇଛି ଯାଂଚ୍ କମିଟି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବାହାରୁ ଦେଖିବା ସମ୍ଭବ ହେଉଥିବାରୁ ଭିତର ଭଣ୍ଡାରକୁ ଖୋଲାଗଲାନାହିଁ ।

ସରିଲା ରତ୍ନଭଣ୍ଡାର ଯାଞ୍ଚ କିନ୍ତୁ ଫିଟି ପାରିଲାନି ସଠିକ ରହସ୍ୟ Untitled 1 1

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି-ପ୍ଲାଣ୍ଟ ରଖିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

ଧାରା ୩୭୭ ଶୁଣାଣି: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ENO Beuro

ଜୁଲାଇ ୨୭ରେ ହେବ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ENO Beuro

ଆଜି ରସଗୋଲା ଦିବସ,ମହାପ୍ରଭୁଙ୍କୁ ଲାଗିବ ରସଗୋଲା ଭୋଗ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More