EnewsOdia.Com

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି  ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ।

୧. ବାସ୍ତୁ ଅନୁସାରେ ଘରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

୨. ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି ଯାଇଥାଏ। ବିଶେଷ କରି ଖରାପ ଆତ୍ମାଙ୍କ ପ୍ରଭାବ କମିଥାଏ।

୩. ମୟୂର ପରକୁ କୌଣସି ମନ୍ଦିର କିମ୍ୱା ରାଧା-କୃଷ୍ଣ ମୂର୍ତ୍ତିଙ୍କ ମୁକୁଟରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାପନା କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଲହୁଣି ଓ ମିଶିରି ଲାଗି କରନ୍ତୁ। ପରେ ଏହାକୁ ଆଣି ଘରେ ଆଲମାରୀରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ ବୋଲି କୁହାଯାଏ। ଏହା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

୪. ବାସ୍ତୁ ଅନୁସାରେ ମୟୂର ପର କାଳ ସର୍ପ ଦୋଷ ଦୂର କରିଥାଏ। ଯଦି କେହି କାଳ ସର୍ପ ଦୋଷ ଭୋଗ କରୁଥା’ନ୍ତି, ତା’ହେଲେ ସୋମବାର ରାତିରେ ଏକ ତକିଆ ଖୋଳରେ ୭ଟି ମୟୂର ପରକୁ ରଖନ୍ତୁ ଏବଂ ଶୋଇବା ସମୟରେ ଏହି ତକିଆକୁ ବ୍ୟବହାର କରନ୍ତୁ।

ପଢନ୍ତୁ: ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

ସମ୍ବନ୍ଧିତ ଖବର

ତକିଆ ତଳେ ରଖନ୍ତୁ ଏହି ଜିନିଷ, ବଦଳିଯିବ ଭାଗ୍ୟ

Ratnamani Maharana

ଜାଣନ୍ତୁ କେଉଁ ରାଶିର ଲୋକେ ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

Ratnamani Maharana

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜପନ୍ତୁ ଏହି ମନ୍ତ୍ର

Ratnamani Maharana

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

Ratnamani Maharana

ବାସ୍ତୁ ଦୋଷ ନେଇପାରେ ଜୀବନ

Ratnamani Maharana

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

Ratnamani Maharana