Loading...

ଆସନ୍ତା ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଆସନ୍ତା ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଆସନ୍ତା ଶନିବାର ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । କିନ୍ତୁ ଏହାପୂର୍ବରୁ ତାତିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । ଦାବିକୁ ପ୍ରଶାସନ ମାନୁନଥିବାରୁ ସମନ୍ୱୟ ବୈଠକକୁ ଆସିନାହାନ୍ତି ତିନି ନିଯୋଗର ସେବାୟତ ।

ଆସନ୍ତା ଶନିବାର ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । କିନ୍ତୁ ଏହାପୂର୍ବରୁ ତାତିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । ଦାବିକୁ ପ୍ରଶାସନ ମାନୁନଥିବାରୁ ସମନ୍ୱୟ ବୈଠକକୁ ଆସିନାହାନ୍ତି ତିନି ନିଯୋଗର ସେବାୟତ । ଜିଲ୍ଲା ପ୍ରଶାସନ ପୋଲିସ୍ ବିଭାଗ ସମେତ ଅନ୍ୟ ବିଭାଗ ସହ ଆଲୋଚନା କରିଥିବା ବେଳେ ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତମାନେ ବୈଠକକୁ ଆସିନଥିଲେ । ଲିଙ୍ଗରାଜଙ୍କ ସେବାପୂଜା କରିବା ପାଇଁ ଯେଉଁ ବନ୍ଦୋବସ୍ତ ଜମି ମିଳିଥିଲା, ପରେ ଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡ ନାଁକୁ ଚାଲିଯାଇଛି ।ପ୍ରଶାସନ ଉପରେ ଅସନ୍ତୁଷ୍ଟ ଥିଲେ ବି ରୁକୁଣା ରଥଯାତ୍ରାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେବାୟତମାନେ କହିଛନ୍ତି । ସେପଟେ ଆସନ୍ତାକାଲି ସେବାୟତଙ୍କ ବୈଠକ ଡାକିଛି ମନ୍ଦିର ପ୍ରଶାସନ । ଶନିବାର ଅପରାହ୍ନ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କ ରଥ ଗଡ଼ିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ୧୩ ତାରିଖ ଦିନ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ୍ ମୁତୟନ ରହିବେ ।

ରଥ ଉପରେ ଅଧିକ ଭିଡ଼ ହେଉଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଅଧିକ ଭିଡ଼ ଯୋଗୁଁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିୁନଥିବାରୁ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପୁଲିସ ଓ ନିଯୋଗ ପ୍ରତିନିଧି ଏଥିପାଇଁ ନଜର ରଖିବେ ବୋଲି ନିଷ୍ପତ୍ତି ହୋଇଛି । ବିଏମ୍‍ସି ପକ୍ଷରୁ ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରଥ ଅବସ୍ଥାନ କରିବା ସ୍ଥାନରେ ପୂର୍ବ ଅପେକ୍ଷା ଅଧିକ ଆଲୋକ ବ୍ୟବସ୍ଥା କରାଯିବ। ନେତ୍ର ଉତ୍ସବ ଦିନ କେଦାରଗୌରୀ ନିକଟ ମରିଚି କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ତିଆରି କରାଯିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.