VASTU

ସବୁ ମନୋକାମନା ପୂର୍ଣ୍ଣ ହେବ ,ପାଠ କରନ୍ତୁ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର

ଭଗବାନ ବିଷ୍ଣୁଙ୍କର ଆରାଧନା ଲାଗି ଅନେକ ସ୍ତ୍ରୋତ୍ର ଅଛି । ହେଲେ ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ବିଷ୍ଣୁ ସହସ୍ରନାମ । ଏହାକୁ ସଂସ୍କୃତରେ ପାଠ କରିବା ବା ଉଚ୍ଚାରଣ କରିବା କଷ୍ଟକର ମନେ ହୁଏ । ତଥାପି ଏହାକୁ ସରଳଭାବେ ଉଚ୍ଚାରଣ କରି ଶୁଭ ଫଳ ପ୍ରାପ୍ତ କରିପାରିବେ । ତେବେ ଜଣେ ଯଦି ଉକ୍ତ ସ୍ତ୍ରୋତକୁ ପାଠ ନ କରି ପାରନ୍ତି, ତେବେ ତାଙ୍କ ପାଇଁ ଅନ୍ୟ ଏକ ମନ୍ତ୍ର ବି ରହିଛି , ଯାହା ପାଠ କରିଲେ ବିଷ୍ଣୁ ସହସ୍ରନାମ ଜପ ଦ୍ୱାରା ଯେଉଁଭଳି ଲାଭ ମିଳିଥାଏ , ଠିକ୍‌ ସେହିଭଳି ଶୁଭ ଫଳ ପ୍ରାପ୍ତ କରି ହେବ ।

ଆସନ୍ତୁ ପ୍ରଥମେ ଜାଣିବା ସେହି ମନ୍ତ୍ରଟି;

‘ ନମୋ ସ୍ତ୍ଵନନ୍ତାୟ ସହସ୍ର ମୂର୍ତ୍ତୟେ, ସହସ୍ର ପାଦାକ୍ଷି ଶିରୋରୁ ବାହବେ । ସହସ୍ରନାମ୍ନେ ପୁରୁଷାୟ ଶାଶ୍ୱତେ, ସହସ୍ର କୋଟି ଯୁଗ ଧାରିଣେ ନମଃ’

ଆସନ୍ତୁ ଜାଣିବା ,ଏହି ମନ୍ତ୍ର ଜପ କରିଲେ କି ଶୁଭ ଫଳ ପ୍ରାପ୍ତ ହୋଇଥାଏ ,

ପ୍ରତିଦିନ ସକାଳେ ଏହି ମନ୍ତ୍ରର ଜପ କରିଲେ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂରୀଭୂତ ହୋଇଥାଏ । ଭୀଷ୍ମ ପିତାମହ ଯୁଧିଷ୍ଠରଙ୍କୁ କହିଥିଲେ ଯେ, ଯେଉଁମାନେ ଭଗବାନ ବିଷ୍ଣୁଙ୍କର ସହସ୍ର ନାମ ସ୍ମରଣ କରି ନ ପାରିବେ, ସେମାନେ କେବଳ ଉପରୋକ୍ତ ମନ୍ତ୍ର ଜପ କରିଲେ ସୁଫଳପାଇ  ପାଇବେ ।

ବିଷ୍ଣୁ ସହସ୍ର ନାମ ଜପ କରିବା ମାତ୍ରେ ଜୀବନରେ ଚମତ୍କାର ଘଟେ । ଏହି ମନ୍ତ୍ରକୁ ଶ୍ରବଣ କରିବା ମାତ୍ର ଆପଣଙ୍କର ସାତ ଜନ୍ମ ସଫଳ ହୋଇଯିବ ଓ ଆପଣଙ୍କ ସମସ୍ତ ମନୋକାମନା ପୂରଣ ହୋଇଯିବ ଓ ସମସ୍ତ ଦୁଃଖ କଷ୍ଟ ଦୂରେଇ ଯିବ । ବିଷ୍ଣୁ ସହସ୍ର ନାମକୁ ଆହୁରି କେତେକ ନାମରେ ମଧ୍ୟ ସମସ୍ତେ ଜାଣନ୍ତି । ଯେମିତି କି ଶମ୍ଭୁ, ଶିବ, ଈଶାନ ଓ ରୁଦ୍ର । ଏଥିରୁ ପ୍ରତୀୟମାନ ଯେ ଭଗବାନ ବିଷ୍ଣୁ ଓ ଶିବଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ବରଂ ଦୁହେଁ ସମାନ ।

ପଢନ୍ତୁ ;

ସାପ କାମୁଡାର ଶିକାର କେବେ ହୋଇଛନ୍ତି କି ? ଡାକ୍ତରଖାନା ଯିବା ପୂର୍ବରୁ ଆପଣାନ୍ତୁ ଏହି ଉପାୟ

Related posts

ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଗର୍ଭବତୀ ମହିଳା ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Ratnamani Moharana

ଶନିବାରେ କେଉଁ ସବୁ ଜିନିଷ କିଣିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ

ENO Beuro

1 comment

Leave a Comment