LIFESTYLE

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାକୁ ପିଅନ୍ତୁ ଏହି ପାନୀୟ

ଆଜିକାଲି ଆମେ ବ୍ୟସ୍ତତାରେ ଏଭଳି କିଛି ଖାଦ୍ୟ ଖାଇଦେଇ ଥାନ୍ତି, ଯେଉଁଥିରେ ପ୍ରଚୁର ମାତ୍ରାରେ କ୍ୟାଲୋରୀ ପାଇଁ ଶୀଘ୍ର ଶରୀରର ଓଜନ ବଢି ଯାଇଥାଏ। ପ୍ରତିଦିନ ଖାଦ୍ୟରୁ ନ୍ୟୁଟ୍ରିଆଣ୍ଟ ମିଳିନଥାଏ, ସେଥିପାଇଁ ମଣିଷ ମୋଟା ହୋଇଯାଇଥାଏ । ଏହି ମୋଟା ପଣରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ଡାଏଟ୍ ପ୍ଲାନ୍ କରୁ। ଏହି ଡାଏଟ୍ ପ୍ଲାନ୍ ଯୋଗୁଁ ଆମ ଶରୀର ପତଳାତ ହୁଏ, କିନ୍ତୁ ଯଥେଷ୍ଟ ପରିମାଣରେ କ୍ୟାଲୋରୀ ନ ମିଳୁବାରୁ ଆମେ ଦୁର୍ବଳ ହେଇଯାଉ । ଏହି ପାନୀୟ ପିଇଲେ ଆପଣ ବହୁତ ଶୀଘ୍ର ପତଳା ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଓଜନ କମାଇବା ପାଇଁ କିଛି ଟିପ୍ସ

ଲେମ୍ବୁ କୁ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଚିପୁଡ଼ି ଦେଇ ଗୋଟିଏ ଚାମଚ ମହୁ ସେଥିରେ ଭଲ ଭାବେ ମିଶାନ୍ତୁ। ଏହାକୁ ସକାଳୁ ଖାଲି ପେଟରେ ପିଅନ୍ତୁ ଓ ପିଇବାର ଏକ ଘଣ୍ଟା ପଯ୍ୟନ୍ତ ଆଉ କିଛି ଖାଆନ୍ତୁ ନାହିଁ । ଏଥିରେ ଆପଣ ଟିକେ ହଳଦୀ ମିଶେଇ ପିଇଲେ ଆହୁରି ଭଲ ହେବ । ଏମିତି ପ୍ରତି ଦିନ ସକାଳେ ପିଇବା ଦ୍ଵାରା ପତଳା ହୋଇ ଯିବେ ।

ଲେମ୍ବୁରେ ଭିଟାମିନ ସି ଭରପୁର ପରିମାଣରେ ଥାଏ ଓ ମହୁରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ବ ଅଛି । ଏହି ପାନୀୟ ନିୟମିତ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ଚର୍ବି କମ ହେଇଥାଏ ।ଓଜନ ଜମାଇବା ପାଇଁ ଆପଣ ଗ୍ରୀନ ଟୀ ମଧ୍ୟ ପିଇ ପାରିବେ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପିଇ ପାରିବେ । ଏହା ଶରୀର ପାଇଁ ବହୁତ ଉପଯୋଗୀ ।

ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଚାଲନ୍ତୁ । ସକାଳେ ବ୍ୟାୟମ ଓ ଯୋଗ ମଧ୍ୟ କରନ୍ତୁ । ଏହା ଦ୍ଵାରା ଆପଣ ଫିଟ ରହି ପାରିବେ । ମସଲା ଜାତୀୟ ଖାଦ୍ୟ ଓ ଫାଷ୍ଟ ଫୁଡ ଖାଆନ୍ତୁ ନାହିଁ ।

ପଢନ୍ତୁ ;

ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍‌

Related posts

ରୋଷେଇ ଘରେ ବ୍ୟବହୃତ ଏହି ପତ୍ରର ଜୁସରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ENO Beuro

ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସାହାଯ୍ୟ କରିଥାଏ “ସପୁରି” ! ଜାଣନ୍ତୁ ଏଥିରେ ଥିବା କିଛି ଔଷଧୀୟ ଗୁଣ

ENO Beuro

ଜୀବନସାଥୀଙ୍କ ସହ ଝଗଡା ହେଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

1 comment

Leave a Comment