Entertainment

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ରିଆଲିଟି ଟେଲିଭିଜନ୍‌ ସୋ’ ବିଗ୍‌ ବସ୍‌-୧୨’ ଶୁଭାରମ୍ଭ ହୋଇଛି। ବିଗ୍ ବସ୍ ଘରକୁ ଆସିଛନ୍ତି ଅନେକ ଯୋଡି । ତେବେ ପ୍ରଥମ ଦିନରୁ ହିଁ ଧମାକା କରିଛି ବିଗ୍ ବସ୍। ସୋ ରେ ପ୍ରତିଯୋଗୀଙ୍କ ଏଣ୍ଟ୍ରି ସହ ଏମିତି ଏକ ବଡ ଖୁଲାସା ହୋଇଛି ଯାହା ବୋଧେ କେହି ଜାଣିନଥିବେ । ବିଗ୍ ବସ୍ ଘରକୁ ୮ମ ପ୍ରତିଯୋଗୀ ଭାବରେ ଏଣ୍ଟ୍ରି କରିଥଲେ ଭଜନ ସମ୍ରାଟ ଅନୁପ ଜଲୋଟା । ତେବେ ଜଣେ ଯୁବତୀଙ୍କ ସହ ସୋ ଆସିଥିଲେ ଅନୁପ୍ , ଯାହାଙ୍କ ନାଁ ହେଉଛି ଜସଲିନ୍ ମଥାରୁ । ହେଲେ ସବୁଠାରୁ ମଜାଦାର କଥା ହେଉଛି ଏହି ଯୁବତୀଜଣଙ୍କ ଆଉ କେହି ନୁହେଁ ବରଂ ଭଜନ ସମ୍ରାଟଙ୍କ ପ୍ରେମିକା । ଅନୁପଙ୍କ ଠାରୁ ପ୍ରାୟ ୩୭ ବର୍ଷ ସାନ ହେବେ ଜସଲିନ୍ । ଉଭୟ ପରସ୍ପରକୁ ପ୍ରାୟ ୩ ବର୍ଷ ହେବ ଡେଟ୍ କରୁଛନ୍ତି।

bigboss ବର୍ଷ ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା bigboss

ଜସଲୀନଙ୍କ ଅନୁଯାୟୀ ସେ ଅନୁପ ଜଲୋଟାଙ୍କର ଜଣେ ଫ୍ୟାନ୍‌ ହୋଇଥିବା ହେତୁ ସହଜରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କ ପିତାମାତା ବି ଏହି ଡେଟିଂ ସଂପର୍କରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଜସଲିନ୍‌। ଏହାର ଖୁଲାସା ବିଗ୍‌ ବସ୍‌ ସିଜିନ୍‌ -୧୨ର ମଞ୍ଚରେ।

ଜସଲୀନ୍‌ ଏକଥା ବି କହିଛନ୍ତି ‘ଆମେ ଦୁହେଁ ପ୍ରଥମ ଥର ପାଇଁ ସାର୍ବଜନିକ ସ୍ତରରେ ଏହି ପ୍ରେମ ସଂପର୍କର ଖୁଲାସା କରିଛୁ,ଯାହା ପିତାମାତା ଓ ବନ୍ଧୁମାନଙ୍କ ପାଇଁ ଏକଦମ୍‌ ସରପ୍ରାଇଜ୍‌।’

ସୂଚନା ଅନୁଯାୟୀ, ଗତ ଜୁଲାଇରେ ଅନୁପ ଜଲୋଟା ତାଙ୍କର ୬୫ ତମ ଜନ୍ମଦିବସ ପାଳନ କରିବା ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଚର୍ଚ୍ଚା ହେଉଥିଲା ଏମାନଙ୍କ ମଧ୍ୟରେ ଗୁରୁଶିଷ୍ୟଠାରୁ ଅଧିକ କିଛି ସମ୍ପର୍କ ରହିଛି ଯାହାର ଏବେ ରାଜ୍‌ ଖୋଲିଛନ୍ତି ଜସଲିନ। ତେବେ ଅନୁପ ଜଲୋଟା ଏସବୁ କଥାକୁ ଏଡାଇ ଯାଇଛନ୍ତି।

ପଢନ୍ତୁ;ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

Related posts

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ସୋନାମ କପୁର !

ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମବାର୍ଷିକୀ:ଏହି ଖାସ ଅବସରରେ ଜାହ୍ନବୀ ସେୟାର କଲେ ଫ୍ୟାମିଲି ଫଟୋ

Krishna Kumar Manoj

ସାଇ ବାବାଙ୍କ ଏକ ଭିନ୍ନ ଧରଣର ଓଡିଆ ଭଜନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More