• Home
  • News
  • ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ…………
News

ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ…………

ବାଜପେୟୀଙ୍କ ଅଧୁରା ପ୍ରେମ କାହାଣୀ

ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ନିଜର ବାକ୍‌ପଟୁତା, ଯୁକ୍ତବାଦିତା ଏବଂ ଦୂରଦୃଷ୍ଟି ପାଇଁ ସେ ସାରା ବିଶ୍ୱରେ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ବିରୋଧୀ ଦଳ ନେତା ସବୁ ସମୟରେ ସେ ନିଜ ଛାପ ଛାଡି ଯାଇଛନ୍ତି।

ଦେଶର ସବୁଠୁ ଲୋକପ୍ରିୟ ରାଜନେତା ବାଜପେୟୀଙ୍କ ଜୀବନରେ ଅନେକ ଘଟଣା ଘଟିଛି। ସେଥିରୁ ଅମେ ଆଜି ଗୋଟିଏ ଚର୍ଚ୍ଚିତ ଘଟଣା ସମ୍ପର୍କରେ ଅବତାରଣା କରୁଛୁ। ତାହା ହେଉଛି ଅଟଳ ବିହାରୀ ବାଜପେୟୀ ଆଜୀବନ ଅବିବାହିତ ରହିବା ଘଟଣା, ଯାହା ପଛରେ ରହିଛି ଏକ ରୋମାଞ୍ଚକର ଅଥଚ ସତ କାହାଣୀ।

at ବାଜପେୟୀ ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ………… at

ଅଟଳ ବିହାରୀ ବାଜପେୟୀ ଭିକ୍ଟୋରିଆ କଲେଜରେ ଗ୍ରାଜୁଏସନ୍‌ କରୁଥିଲେ। କୁହାଯାଏ ସେହି ସମୟରେ ତାଙ୍କର ଜଣେ ସହପାଠିନୀ ଥିଲେ, ଯାହାଙ୍କ ନାଁ ଥିଲା ରାଜକୁମାରୀ। ତାଙ୍କ ସହ ଅଟଳଙ୍କର ଘନିଷ୍ଟ ବନ୍ଧୁତା ଥିଲା। ଉଭୟ ଅଧିକରୁ ଅଧିକ ସମୟ ଏକାଠି ବିତାଉଥିଲେ। କିଛି ଦିନ ମିଳାମିଶା ପରେ ଅଟଳଙ୍କୁ ଧୀରେ ଧୀରେ ରାଜକୁମାରୀ ପସନ୍ଦ ଆସିବାରେ ଲାଗିଲେ ଓ ଶେଷରେ ରାଜକୁମାରୀଙ୍କ ପ୍ରେମରେ ପଡିଗଲେ ଅଟଳ। ତେବେ ରାଜକୁମାରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କୀୟ ଥିଲେ। ଗ୍ରାଜୁଏସନ୍‌ ସମୟରେ ଦିନେ ଭିକ୍ଟୋରିଆ କଲେଜରେ ଇନ୍ଦିରାଙ୍କ ସହ ବାଜପେୟୀଙ୍କ ଭେଟ ହୋଇଥିଲା।ସେହି ସମୟରେ ଏକ ବହିରେ ହାତଲେଖା ପ୍ରେମପତ୍ରଟିଏ ରଖି ବାଜପେୟୀ ଇନ୍ଦିରାଙ୍କୁ ଦେଇଥିଲେ ଓ ଏହାକୁ ରାଜକୁମାରୀଙ୍କ ପାଖରେ ପହଞ୍ଚାଇବା ପାଇଁ କହିଥିଲେ।

a v ବାଜପେୟୀ ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ………… a v

କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବହି କିମ୍ବା ପ୍ରେମପତ୍ର ରାଜକୁମାରୀଙ୍କ ପାଖରେ ପହଞ୍ଚି ପାରି ନଥିଲା ଓ ରାଜକୁମାରୀଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଗଲା। ରାଜକୁମାରୀ ତ ବିବାହ କରିନେଲେ, ହେଲେ ଅଟଳଙ୍କ ପ୍ରେମ କାହାଣୀ ଅଧୁରା ରହିଯାଇଥିଲା। ଏହା ପରେ ବାଜପେୟୀ ଆଜୀବନ ଅବିବାହିତ ରହିଗଲେ।

ପଢନ୍ତୁ;୩ ଦେଶରେ ଅଗଷ୍ଟ ୨୫ରୁ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

Related posts

7th Pay Commission – Higher Pay Scale For Odisha Govt Employees By Sept

Krishna Kumar Manoj

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

Krishna Kumar Manoj

Odisha CM Naveen Patnaik Flags Off 2nd Biju Patnaik Himalayan Expedition Programme

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More