News

୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ୱେଲ୍‌ମାର୍କଡ୍ ଲଘୁଚାପ ଆଜି ଉତ୍ତର ଛତିଶଗଡ଼କୁ ଘୁଞ୍ଚିଯାଇଛି। ତେବେ ଆସନ୍ତା ୨୧ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟିହେବ। ଏହା ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଫଳରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବ। ବିଶେଷକରି ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଅପରପକ୍ଷେରେ ରାଜ୍ୟର ଗତ ଦୁଇଦିନ ଧରି ପ୍ରାୟ ୨୧ଟି ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ବର୍ଷାର ରେକର୍ଡ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲି ବିଭିନ୍ନ ନଦୀର ଜଳପତ୍ତନ ରେକର୍ଡ କରୁଛି । ଆଗାମୀ ୨୦ ଓ ୨୧ ଆଡକୁ ବର୍ଷା ହେବ ବୋଲି ପ୍ରାକ୍ ସୂଚନା ମିଳୁଛି । ଯଦି ପ୍ରବଳ ବର୍ଷା ହୁଏ ବା ବନ୍ୟା ପରିସ୍ଥିତି ଦେଖାଦିଏ ତେବେ ମୁକାବିଲା କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଛି।

ପଢନ୍ତୁ;ଆଜି ପବିତ୍ର ହେରା ପଞ୍ଚମୀ,ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ କାଠ ରଥ

Related posts

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

ENO Beuro

ଭୂକମ୍ପ:୫.୧ ତୀବ୍ରତାରେ ଥରିଲା ଆସାମ

ENO Beuro

ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More