Loading...

ଲଘୁଚାପ କ୍ଷେତ୍ରର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼

ଲଘୁଚାପ କ୍ଷେତ୍ରର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦିନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହାର ପ୍ରଭାବରେ ଆଜି(ସୋମବାର) ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦିନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହାର ପ୍ରଭାବରେ ଆଜି(ସୋମବାର) ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେଧୀରେ ଅଧିକ ଘନୀଭୂତ ହୋଇ ୯ ତାରିଖ ବେଳକୁ ଅବପାତର ରୂପ ନେବ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ। ଏହାପରେ ଏହା ଆହୁରି ଆହୁରି ଘନୀଭୂତ ହେବ ଓ ବାତ୍ୟା ରୂପ ନେଇ ଉତ୍ତର ଦିଗର ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ରହିବ। ଆଜି ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ, ତୀବ୍ରତା ନେଇ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ତାତିରୁ ଆଶ୍ୱସ୍ତି ଆଣିଦେଇଥିଲା କାଳବୈଶାଖୀ ବର୍ଷା । ଗତ କିଛିଦିନ ହେବ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଲାଗିରହିବା ହେତୁ ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସହରବାସୀ ଆଶ୍ୱସ୍ତିଲାଭ କରିଥିଲେ । ତେବେ କାଳବୈଶାଖୀ ପ୍ରଭାବର ହ୍ରାସ ପରେ ପୁଣିଥରେ ତାତିର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରବିବାର ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଯୋଗୁଁ ଦୁଇ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.