EnewsOdia.Com

ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

ସାମୁଦ୍ରିକ ଝଡ ଫୋନିର ଫଣାରେ ଛାରଖାର ହୋଇଯାଇଥିଲା ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଜିଲ୍ଲା । ତେବେ ଫୋନି ପ୍ରଳୟକୁ ୬ ମାସ ବିତି ଯାଇଥିଲେ ସୁଦ୍ଧା ଏବେବି ଅଧା ଓଡିଶା ସଳଖି ଠିଆ ହେବା ଅବସ୍ଥାରେ ନାହିଁ । ଆଉ ଏଭଳି ପରିସ୍ଥିତିରେ ଆଉ ଏକ ବାତ୍ୟାର ନାଁ ଶୁଣି ଭୟରେ ଥରହର ହେଲେଣି ଓଡିଶାବାସୀ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରର ରୂପ ନେଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ ।

ମୃତ୍ୟୁଂଜୟ ମହାପାତ୍ରଙ୍କ କହିବାନୁସାରେ, ଗତକାଲି ଯେଉଁ ଲଘୁଚାପ କ୍ଷେତ୍ରଟି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ତାହା କ୍ରମଶଃ ଉତର ପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବ କେନ୍ଦ୍ରିୟ ବଙ୍ଗସାଗରରେ ଗୋଟିଏ ଡିପ୍ରେସନରେ ପରିଣତ ହୋଇଛି । ଏହା ପାରାଦୀପଠାରୁ ପ୍ରାୟ ୯୫୦ କିଲୋମିଟର ଦୂରରେ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି । ତେବେ ଆଶା କରାଯାଉଛି କି ଏହା ପ୍ରଥମତଃ ପଶ୍ଚିମ ଉତର ପଶ୍ଚିମ ଦିଗରେ ଓ ତା ପରେ ଉତର ଉତର ପଶ୍ମିମ ଦିଗରେ ଓଡିଶା ଏବଂ ୱେଷ୍ଟ ବେଙ୍ଗଲ ଉପକୂଲ ଆଡକୁ ଗତି କରିବ । ଏବଂ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଗୋଟିଏ ସାଇକ୍ଲୋନର ରୂପ ନେବ । ତେବେ ଏହା ବାତ୍ୟାର ରୂପ ନେଲେ ଏହା ଓଡିଶା କି ପଶ୍ଚିମବଂଗରେ ମାଡ ହେବ ଏନେଇ ଆସନ୍ତା ୨୪ ଘଂଟାରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ।

ପଢନ୍ତୁ: ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

ସମ୍ବନ୍ଧିତ ଖବର

ଚାକିରି ଖାଉଛି ମାନ୍ଦାବସ୍ଥା

Ratnamani Maharana

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

Ratnamani Maharana

କାଳୀପୂଜା ପାଇଁ ଛୁଟି ଭଦ୍ରକ ସରକାରୀ ଅଫିସ୍

Ratnamani Maharana

୧୨ରୁ ଭୁବନେଶ୍ବର ବାଲିଯାତ୍ରା : ୮ଦିନର ଯାତ୍ରା, ୫ଶହ ଷ୍ଟଲ୍‌

Ratnamani Maharana