ଅଣ୍ଟା ବିନ୍ଧା ଆଜିକାଲି ମୁଖ୍ୟ ସମସ୍ୟା ହୋଇଗଲାଣି । ଛୋଟଠାରୁ ବଡ ସମସ୍ତେ ଏଥିରେ ସମ୍ମୁଖୀନ ହୋଇଥାନ୍ତି । ତେଣୁ ଅନେକ ଏହାକୁ ଏହା ସାଧାରଣ ରୋଗ ବୋଲି ଭାବିଥାନ୍ତି । କିନ୍ତୁ ଏଥିପ୍ରତି ଆରମ୍ଭରୁ ସତର୍କତା ଅବଲମ୍ୱନ କରାଗଲେ ଭବିଷ୍ୟତରେ ଏହା ଗୁରୁତର ରୂପ ନେବାରୁ ରକ୍ଷା ପାଇବ ।
ସାଧାରଣତଃ ଗୋଟିଏ ସ୍ଥାନରେ ବହୁ ସମୟ ବସିବା, ସର୍ବଦା ଭାରି ଜିନିଷ ଉଠାଇବା ଦ୍ଵାରା ଅଣ୍ଟା ଉପରେ ଏହାର ପ୍ରଭାବ ପଡିଥାଏ। ଏହାବ୍ୟତୀତ ଦୁର୍ଘଟଣାର ସମ୍ମୁଖୀନ ହେଲେ ଅନେକ ସମୟରେ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ।
ଏହି ରୋଗ ହେଉଥିଲେ ବିଚଳିତ ନ ହୋଇ ଚିକିତ୍ସା କରାନ୍ତୁ । ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଆବଶ୍ୟକ ବ୍ୟାୟାମ ଓ ଔଷଧ ସେବନର ପରାମର୍ଶ ନିଅନ୍ତୁ ।
ଅଣ୍ଟା ଯନ୍ତ୍ରଣାରୁ ଉପଶମ ପାଇଁ ସରଳ ଉପାୟ:
- ଗୋଟିଏ ସ୍ଥାନରେ ବସି ନରହି, ମଝିରେ ମଝିରେ ଚଲାବୁଲା କଲେ ଏହି ସମସ୍ୟାରୁ କିଛି ମାତ୍ରାରେ ଉପସମ ମିଳେ ।
- ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ।
- ମୋଟା ଗଦିରେ ବସିବା କିମ୍ବା ଶୋଇବା ଯେତେ ସମ୍ଭବ ତ୍ୟାଗ କରନ୍ତୁ ।
ପଢନ୍ତୁ; ଚର୍ମ ରୋଗ ଏକଜିମା ବିଷୟରେ ଅଧିକ ଜାଣନ୍ତୁ ।