News

ଡିଜେଲ ଓ ପେଟ୍ରୋଲ ପରେ ଏବେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି

lpg

ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପରେ ଏବେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ଅଣସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସବ୍‌ସିଡି ଏଲ୍‌ପିଜି ଦର ୨ ଟଙ୍କା ୮୯ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦୨ ଟଙ୍କା ୪୦ ପଇସା ହୋଇଛି।

lpg

ସେପ୍ଟେମ୍ବରରେ କମ୍ପାନିଗୁଡ଼ିକ ଏଲ୍‌ପିଜିରେ ସିଲିଣ୍ଡର ପିଛା ୩୨୦ ଟଙ୍କା ୪୯ ପଇସା ସବ୍‌ସିଡି ପ୍ରଦାନ କରୁଥିବା ବେଳେ ଅକ୍ଟୋବରରେ ଏହି ରାଶି ୩୭୬ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ। ସିଏନ୍‌ଜି ଏବଂ ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ ସିଏନଜି ଦର କିଲୋ ପିଛା ୧ ଟଙ୍କା ୭୦ ପଇସା ବୃଦ୍ଧି କରାଯାଇଛି। ବିମାନ ଇନ୍ଧନ ମୂଲ୍ୟ ଦିଲ୍ଲୀରେ କିଲୋଲିଟର ( ହଜାରେ ଲିଟର) ପିଛା ୨୬୫୦ ଟଙ୍କା ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ,ଆଜି ମଧ୍ୟ ପେଟ୍ରୋଲ ଓ ଜିଜେଲ ଦର ପୁଣି ବୃଦ୍ଧି ପାଇଛି। ୪ ମେ‌େଟ୍ରା ସହର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦାମ୍ ସର୍ବାଧିକ ୯୦ ଟଙ୍କା ୮୪ ପଇସାକୁ ବୃଦ୍ଧି ପାଇଛି। ଦିଲ୍ଲୀରେ ୮୩ ଟଙ୍କା ୪୯ ପଇସା ହାଇଥିବା ବେଳେ କୋଲକାତାରେ ଏହା ୮୫ ଟଙ୍କା ୩୦ ପଇସା ହୋଇଛି। ଗତ ଅଗଷ୍ଟ ପହିଲାରୁ ପେଟ୍ରୋଲ ଦର ୮ ଭାଗ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍ ୧୦ ଭାଗ ବୃଦ୍ଧି ପାଇଛି

ପଢନ୍ତୁ; ଧର୍ମେନ୍ଦ୍ର : ଓଡ଼ିଶାରେ ଏଥର ବିଜେପି ସରକାର

Related posts

Seven Judo Talents Selected To Take Part In The National Judo Championship

ENO Beuro

ଏବେ ମାତ୍ର ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ

ENO Beuro

ଲଜ୍ଜା: ବାପା ଆଖି ସାମ୍ନାରେ ଝିଅକୁ ଗଣଦୁଷ୍କର୍ମ

ENO Beuro

Leave a Comment