News

ପେଟ୍ରୋଲ ଡିଜେଲ ପରେ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

By Krishna Kumar Manoj

June 01, 2018

ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍‌ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍‌ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣ ସବ୍‌ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବା ବେଳେ ନୂଆ ଦର ଆଜିଠୁ ଲାଗୁ ହୋଇଛି।

ଏହି ବୃଦ୍ଧି ପରେ ଦିଲ୍ଲୀରେ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୪୯୩ ଟଙ୍କା ୫୫ ପଇସା ଦେବାକୁ ପଡ଼ିବ। ସେହିପରି ସବ୍‌ସିଡି ନ ଥିବା ଏଲପିଜି ସିଲିଣ୍ଡର ପାଇଁ ୬୯୮ ଟଙ୍କା ୫୦ ପଇସା ଦେବାକୁ ପଡ଼ିବ। ମେ’ ମାସରେ ଦିଲ୍ଲୀରେ ସବସିଡ୍ ଯୁକ୍ତ ଏଲପିଜି ସିଲିଣ୍ଡର ଦର ୪୯୧ ଟଙ୍କା ୨୧ ପଇସା ଥିଲା। ଆଜି ଏହା ବୃଦ୍ଧି ପାଇ ୪୯୩ ଟଙ୍କା ୫୫ ପଇସା ହୋଇଛି।

ସୂଚନାଯୋଗ୍ୟ,ଦେଶବ୍ୟାପୀ ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧି ଜନିତ ଅସନ୍ତୋଷ ମଧ୍ୟରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧି ଯୋଗୁଁ ସରକାର ସମାଲୋଚନାର ସରବ୍ୟ ହେଉଛନ୍ତି। ଶୁକ୍ରବାର ଦିନ ସରକାର ପେଟ୍ରୋଲ୍‌ର ମୂଲ୍ୟ ଓ ଡିଜେଲ୍‌ର ମୂଲ୍ୟ ଯଥା କ୍ରମେ ୭ ଓ ୫ ପଇସା କମିଛି।

ପଢନ୍ତୁ;ପୁଅ ମୃତ୍ୟୁ ଖବର ଶୁଣି ମା’ ,ଦୁଇ ଭଉଣୀ ବିଷ ପିଇଲେ