News

ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ୍‌ ଦର

ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର। ସିଲିଣ୍ଡର ପିଛା ଦର 121.50 ପଇସା ହ୍ରାସ ପାଇଛି । ଏଣିକି ଗ୍ରାହକ ମାନେ 838 ଟଙ୍କା ବଦଳରେ 716 ଟଙ୍କା ଦେବାକୁ ପଡ଼ିବ । ସେପଟେ ରିହାତି ସିଲିଣ୍ଡର 521 ଟଙ୍କା 78 ପଇସା ଥିବା ବେଳେ ଆଜି 505 ଟଙ୍କା 43 ପଇସାରେ ସିଲିଣ୍ଡର କିଣିବେ ଉପଭୋକ୍ତା । ପୂର୍ବ ଭଳି ରିହାତି ସବ୍‌ସିଡି ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲ୍‌ପିଜିର ମୂଲ୍ୟ ହ୍ରାସ ପାଇଁ ଗ୍ୟାସ ଦର ହ୍ରାସ ପାଇଥିବା ତୈଳ କମ୍ପାନୀଙ୍କ ପକ୍ଷରୁ କୁହାଯାଇଛି । ଗ୍ୟାସ ଦର କମିବା ପରେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି ।

lpg

ଗୋଟିଏ ମାସରେ ଲଗାତାର ଦ୍ୱିତୀୟ ଥର କମିଛି ଦର । ଗତ ଡିସେମ୍ବର ୧ ତାରିଖରେ ସବସିଡି ସିଲିଣ୍ଡର ଦାମ୍‌ ୬ ଟଙ୍କା ୫୨ ପଇସା ଓ ଅଣସବସିଡି ସିଲିଣ୍ଡରରେ ୧୩୩ ଟଙ୍କା ହ୍ରାସ ପାଇଥିଲା । ଜୁନ୍‌ ମାସରୁ ଲଗାତାର ଛଅ ମାସ ପର‌୍ୟ୍ୟନ୍ତ ଦାମ ବୃଦ୍ଧି ପରେ ଏବେ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।

ପଢନ୍ତୁ; ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଦହି ଚିଙ୍ଗୁଡ଼ି’ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ENO Beuro

ଧାରା ୩୭୭ର ବୈଧତା :ଆଜି ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ

ENO Beuro

୨୬ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ,ସାମିଲ ହେବେ ଦେଶର ୧୦ଲକ୍ଷ କର୍ମଚାରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More