• Home
  • News
  • ବଢିବ ରୋଷେଇ ଘର ଖର୍ଚ୍ଚ, ୯୩ ଟଙ୍କା ମହଙ୍ଗା ହେଲା ଏଲପିଜି ଗ୍ୟାସ
News

ବଢିବ ରୋଷେଇ ଘର ଖର୍ଚ୍ଚ, ୯୩ ଟଙ୍କା ମହଙ୍ଗା ହେଲା ଏଲପିଜି ଗ୍ୟାସ

ସାର୍ବଜନୀକ କ୍ଷେତ୍ରରେ ତୈଳ କମ୍ପାନୀମାନେ ରୋଷେଇ ଏଲପିଜି ଗ୍ୟାସ ର ମୂଲ୍ୟ ୯୩ ଟଙ୍କା ବୃଦ୍ଧି କରିଛନ୍ତି । ସବସିଡିବାଲା ଘରୋଇ ଗ୍ୟାସ ସାଢେ ଚାରି ଟଙ୍କା ବୃଦ୍ଧିପାଇଛି । ସବସିଡିଯୁକ୍ତ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବେ ୪୯୫.୬୯ ରେ ପହଞ୍ଚିଛି । ଜୁଲାଇ ୨୦୧୬ ଠାରୁ ସରକାର ସବୁ ମାସରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ବଢେଇ ବଢେଇ ସବସିଡି ଯୋଜନା ବନ୍ଦ କରିବାକୁ ନିର୍ଣ୍ଣୟ ନେଲା ପରେ ଏଥରକୁ ମିଶାଇ ୧୯ ଥର ମୂଲ୍ୟରେ କମବେଶୀ କରାଯାଇଛି ।

ଏହା ବ୍ୟତୀତ ତୈଳ କମ୍ପାନୀମାନେ ବିମାନ ଇନ୍ଧନର ମୂଲ୍ୟ ମଧ୍ୟ ୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଅଗଷ୍ଟ ଠାରୁ ଏବେ ଯାଏଁ ବିମାନ ଇନ୍ଧନ ମୂଲ୍ୟରେ ତତୁର୍ଥ ଥର ବୃଦ୍ଧି ପାଇଛି ବୀନା ସବସିଡିବାଲା ଗ୍ୟାସ ମୂଲ୍ୟ ୯୩ ଟଙ୍କା ବୃଦ୍ଧି ପାଇ ୭୪୨ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ଗ୍ୟାସର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୬୪୯ ଟଙ୍କା ହୋଇଥିଲା ।

କହିବା କଥା ଯେ , ଗତ ବର୍ଷ ସରକାର ପେଟ୍ରୋଲିୟମ କମ୍ପାନୀମାନଙ୍କୁ ସାର୍ବଜନିକ କ୍ଷେତ୍ରରେ ସବୁମାସରେ ମୂଲ୍ୟ ବୃଦ୍ଧି କରିବାକୁ ନିର୍ଦ୍ଧେଶ ଦେଇଥିଲେ ଯାହା ଫଳରେ ସବସିଡି ପ୍ରକ୍ରିୟାକୁ ବନ୍ଦ କରାଯାଇ ପାରିବ । ଏହି ନିୟମ ଲାଗୁ ହେବ ପରେ ଏଲପିଜି ଗ୍ୟାସ ମୂଲ୍ୟ ୭୬.୫୧ ଟଙ୍କା ବୃଦ୍ଧି ପାଇଛି ଯାହାକି ଜୁନ ୨୦୧୬ ରେ ୪୧୯.୧୮ ଟ୍ରଙ୍କ ଥିଲା ।

ବଢିବ ରୋଷେଇ ଘର ଖର୍ଚ୍ଚ, ୯୩ ଟଙ୍କା ମହଙ୍ଗା ହେଲା ଏଲପିଜି ଗ୍ୟାସ   ବଢିବ ରୋଷେଇ ଘର ଖର୍ଚ୍ଚ, ୯୩ ଟଙ୍କା ମହଙ୍ଗା ହେଲା ଏଲପିଜି ଗ୍ୟାସ

ପଢନ୍ତୁ, କଣ ଆପଣଙ୍କର ଖାତା ଅଛି କି ଏହି ବ୍ୟାଙ୍କରେ , ଆଉ ଦେବାକୁ ପଡିବନି ଅଧିକ ସୁଧ

Related posts

ମିଥୁନଙ୍କ ପୁଅଙ୍କ ବିରୋଧରେ ବଳତ୍କାର ଅଭିଯୋଗ

ରାଜ୍ୟ ସରକାରଙ୍କ ମଞ୍ଜୁରି ପରେ ଆରମ୍ଭ ହେବ ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପ

Krishna Kumar Manoj

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ , ୭ଜଣ ଯବାନ ଆହତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More