ହାତ ଏବଂ ଏହାର ବର୍ଣ୍ଣ ମାଧ୍ୟମରେ ଭାଗ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ । ସବୁ ଗ୍ରହ ଓ ଗ୍ରହ ମାନଙ୍କ ରେଖା ହାତରେ ହିଁ ଥାଏ । ହାତର ରଙ୍ଗରୁ ମନୁଷ୍ୟର ସ୍ଵଭାବ , ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ବିଷୟରେ ଜଣାପଡିଥାଏ । କିନ୍ତୁ ହାତ ଦେଖେଇବା ପାଇଁ ସକାଳ ସମୟ ହିଁ ସବୁଠାରୁ ଅନୁକୂଳ ଥାଏ । କାରଣ ସକାଳେ ହିଁ ହାତର ବର୍ଣ୍ଣ ଠିକ ଭାବରେ ଜଣାପଡିଥାଏ ।
ଲାଲ ରଙ୍ଗର ହାତ :-
ମଙ୍ଗଳ ପ୍ରଧାନ ଥିବା ବ୍ୟକ୍ତିଙ୍କ ହାତ ଲାଲ ରଙ୍ଗର ହୋଇଥାଏ ।
ଏହି ଲୋକ ଅତ୍ୟନ୍ତ କ୍ରୋଧୀ ହୋଇଥାନ୍ତି ।
ଆଉ ଯଦି ଏମାନଙ୍କ ବୁଢା ଆଙ୍ଗୁଠି ଛୋଟ ହୋଇଥାଏ ତେବେ ଏମାନେ ହିଂସ୍ର ମଧ୍ୟ ହୋଇଥାନ୍ତି ।
ଏମିତି ଲୋକମାନଙ୍କୁ ଖାଇଲା ପିଇଲା ବେଳେ ଓ ଯାନବାହାନ ଚଳାଚଳ ସମୟରେ ସାବଧାନ ରହିବା ଉଚିତ ।
ହଳଦିଆ ରଙ୍ଗର ହାତ :-
ବୃହସ୍ପତି କମଜୋର ଥିଲେ ହାତର ରଙ୍ଗ ହଳଦିଆ ହୋଇଥାଏ ।
ଏମିତି ବ୍ୟକ୍ତି ଚିଡଚିଡା , ରୋଗଣା ଓ ଆଳସ୍ୟପୂର୍ଣ୍ଣ ହୋଇଥାନ୍ତି ।
ଏହି ବ୍ୟକ୍ତି ସବୁବେଳେ କିଛି ନା କିଛି କଥା ନେଇ ଚିନ୍ତିତ ଥାନ୍ତି ।
ଏମିତି ଲୋକମାନଙ୍କୁ ଉପବାସ ରଖିବା ନିହାତି ଦରକାର ।
କଳା ରଙ୍ଗର ହାତ :-
ଯଦି ଜୀବନରେ ଶନି ଓ ରହୁ ନକାରାତ୍ମକ ରୂପରେ ଅବସ୍ଥାନ କରନ୍ତି ତେବେ ହାତର ରଙ୍ଗ କଳା ସଦୃଶ ହୋଇଥାଏ ।
ଏହି ବ୍ୟକ୍ତି ବିଶେଷମାନଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ କଷ୍ଟଦାୟକ ହୋଇଥାଏ ।
ଏମିତି ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିଥାଏ ।
ଏପରି ଲୋକଙ୍କୁ ଦାନ ଧର୍ମ ଓ ମାତା ପିତାଙ୍କ ସେବା କରିବା ଉଚିତ ।
ଗୋଲାପି ରଙ୍ଗର ହାତ :-
ଏପରି ରଙ୍ଗର ହାତକୁ ସର୍ବଶ୍ରେଷ୍ଠ ବୋଲି ଧରାଯାଏ ।
ଏପରି ଲୋକ ଯେତେ ଉନ୍ନତି କରନ୍ତି ହାତର ରଙ୍ଗ ସେତେ ଅଧିକ ଗୋଲାପି ହୋଇଥାଏ ।
ଯାହାର ହାତ ଜନ୍ମରୁ ହିଁ ଗୋଲାପି ବର୍ଣ୍ଣର ସେମାନେ ଖୁବ ସମୃଦ୍ଧଶାଳୀ ହୋଇଥାନ୍ତି ।
ଏପରି ଲୋକଙ୍କୁ ଅହଂକାର ଓ ଭୁଲ ଆକର୍ଷଣ ଠାରୁ ଦୂରେଇ ରହିବା ଉଚିତ ।