News

ପରପାରିରେ ଗୀତିକବି ରସରାଜ !

ଶହେରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନାରାୟଣ

ଡ଼ିଶାର ସୁପ୍ରସିଦ୍ଧ ଗୀତିକାର, କବି ତଥା ଓଡ଼ିଆ ଗୀତିକବି ସମାଜର ପ୍ରମୁଖ ସଦସ୍ୟ ରସରାଜ ନାରାୟଣ ପ୍ରସାଦ ସିଂଙ୍କର ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା ।

ଶହେରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନାରାୟଣ । ‘ଉଡ଼ି ଉଡ଼ି ଯା’ରେ ଗୁଡ଼ି…’ ଭଳି ବହୁ ଉଚ୍ଚକୋଟୀର ଚଳଚ୍ଚିତ୍ର ଗୀତ ରଚନା କରିବା ସହିତ ‘ସାଗରେ ଅଧୀର ନୀଳ ତରଙ୍ଗ’ ଭଳି ବହୁ ଲଘୁ ସଂଗୀତ ରଚନା କରିଥିଲେ ।

‘ପରିବାର’, ‘ସ୍ତ୍ରୀ’, ‘ମାଣିକ ଯୋଡ଼ି’, ‘ପୁର୍ନମିଳନ’, ‘ଅଲିଭା ଦାଗ’, ‘କୁଳ ଚନ୍ଦ୍ରମା’, ‘କନକଲତା’, ‘ସାକ୍ଷୀ ଗୋପୀନାଥ’, ‘କୃଷ୍ଣ ସୁଦାମା’, ‘ପିପାସା’, ‘ଶଙ୍ଖା ସିନ୍ଦୂର’, ‘ଶଙ୍ଖ ମହୂରୀ’ ଓ ‘ସମର୍ପଣ’ ଆଦି ଫିଲ୍ମ ପାଇଁ ସେ ଗୀତ ଲେଖିଥିଲେ। ତାଙ୍କ ପରଲୋକରେ ରାଜ୍ୟବାସୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ପଢନ୍ତୁ ;

ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା !

Related posts

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ

ENO Beuro

ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

ENO Beuro

ଶେଷ ହେଲା ସଲମାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ,ରାୟ ଅପରାହ୍ଣ ୨ଟା ପରେ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More