CULTURES

ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ମହା ଷଷ୍ଠୀ ପୂଜା

ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ଷଷ୍ଠୀ ପୂଜା। ପୂଜା ମଣ୍ଡପ ଓ ତୋରଣରେ ଝଲସୁଛି ସହର ବଜାର। କଟକରେ ମା’ଙ୍କ ପୂଜା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ ବିଭିନ୍ନ ଅଳଙ୍କାରରେ ଅାଭୂଷିତ କରାଯାଉଛି।

ମା’ଙ୍କ ପୂଜା ପାଇଁ ସମ୍ବଲପୁର ସହରରେ ମଧ୍ୟ ଉତ୍ସବମୁଖର ହୋଇ ଉଠିଛି । ଏବର୍ଷ କାଲିବାରି ପୂଜା କମିଟି ପାଳନ କରୁଛି ଶତବାର୍ଷିକୀ । ଏଠାରେ ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ମାଆଙ୍କ ପୂଜା ହୋଇଥାଏ । ସିନ୍ଦୂର ଖେଳ ଏହି ମଣ୍ଡପର ମୁଖ୍ୟ ଆକର୍ଷଣ । ସେହିପରି ସମ୍ବଲପୁରର ସାକ୍ଷୀପଡ଼ା, ଅଇଁଠାପାଲିରେ ମଧ୍ୟ ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

maa

ଗତକାଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ଏ ସମ୍ପର୍କରେ କଟକ ଡିସିପି ଅଖିଳେଶ ସିଂହ ଓ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସହ ଆଲୋଚନା କରିଛନ୍ତି। ଏହି ବୈଠକ ଦୁଇ ଦିନ ଧରି ଚାଲିବ ।ଗତକାଲି କେବଳ କଟକ ପୂଜାକୁ ନେଇ ପୁଲିସ କମିସନର ଆଲୋଚନା କରିଥିବା ବେଳେ ଆଜି ଭୁବେନଶ୍ବର ପୂଜାକୁ ନେଇ ଆଲୋଚନା ହେବ। ଚଳିତ ଥର ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯିବ। ପ୍ରଥମ ଫୋକସ ରହିବ ପୂଜାମଣ୍ଡପ, ପରେ ଟ୍ରାଫିକ୍ ପରିଚାଳନା, ଶେଷରେ ବସର୍ଜନ ।

ପଢନ୍ତୁ;  ସିପୁନର ଆଖି ଅପରେସନରେ ସହାୟକ ହେବେ ଅନୁଭବ

Related posts

ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

ENO Beuro

ପ୍ରତ୍ୟେକ ହିନ୍ଦୁ ଧର୍ମ ପୀଠରେ ଆଜି ପାଳନ ହେଉଛି ପବିତ୍ର “ତୁଳସୀ ବିବାହ”

ENO Beuro

କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More