VASTU

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ରକୁ ଅନେକ ଲୋକ ବିଶ୍ୱାସ କରୁଛନ୍ତି। ଜ୍ୟୋତିଷ କିମ୍ବା ବାସ୍ତୁ ମୁତାବକ ପ୍ରତ୍ୟେକ ଦିନ କୌଣସି ନା କୌଣସି ଗ୍ରହର ଆମ ଜୀବନରେ ସମ୍ବନ୍ଧ ରହିଥାଏ। ଏହିଦିନରେ ଯେଉଁ କାର୍ଯ୍ୟ କରାଯାଇଥାଏ ତାହାର ଶୁଭ-ଅଶୁଭ ପ୍ରଭାବ ବ୍ୟକ୍ତିର ଜୀବନ ଛପରେ ପଡିଥାଏ। ଏହି କଥା ଉପରେ ଧ୍ୟାନ ରଖି କିଣା କିଣି କରିବାଦ୍ୱାରା ଶୁଭ ଫଳ ପ୍ରାପ୍ତ ହେବା ସହ ଧନପ୍ରାପ୍ତ ମଧ୍ୟ ହୋଇଥାଏ। ଏହାଦ୍ୱାରା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ମଧ୍ୟ ପଡିଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ଦିନରେ କଣ କିଣିଲେ ଶୁଭ ହୋଇଥାଏ-

  • ସୋମବାର-ଏହିଦିନରେ ଚାଉଳ, ବାସନ, ଔଷଧ, କ୍ଷୀର ପ୍ରସ୍ତୁତ ମିଠା ଏବଂ ଆକ୍ୱରିୟମ କିଣନ୍ତୁ। ବହି, ଶସ୍ୟ ସାମଗ୍ରୀ, କମ୍ପ୍ୟୁଟର ଆଦି କିଣନ୍ତୁ ନାହିଁ।
  • ମଙ୍ଗଳବାର-ଏହି ଦିନ ରୋଷେଇ ଗୃହ ସାମଗ୍ରୀ, ସମ୍ପତ୍ତି, ନାଲି ରଂଗର ବସ୍ତୁ କିଣନ୍ତୁ। ଏହା ଶୁଭ ଅଟେ। ପର୍ସ, ଘର ସଜାଇବା ସାମଗ୍ରୀ, ଜୋତା, ଲୁହା ସାମଗ୍ରୀ କିଣନ୍ତୁ ନାହିଁ ଅଶୁଭ ଅଟେ।
  • ବୁଧବାର-ସ୍ଟେଷନାରୀ, ଖେଳ ସମ୍ବନ୍ଧିତ ସାମଗ୍ରୀ, ଗାଡି, ଘର ସଜାଇବା ସାମଗ୍ରୀ ଆଦି ଶୁଭ। ବାସନ, ଚାଉଳ, ଔଷଧ, ଗ୍ୟାସ – ଜାଳେଣୀ ଆଦି ଅଶୁଭ ଅଟେ।
  • ଗୁରୁବାର-ଏହିଦିନ ଇଲେକ୍ଟୋନିକ୍ସ ସାମଗ୍ରୀ, ପୂଜା-ପାଠ ସାମଗ୍ରୀ, ସମ୍ପତ୍ତି ଶୁଭ ଅଟେ। ଆଖି ସମ୍ପନ୍ଧିତ ସାମଗ୍ରୀ ଯେପରିକି ଚଷମା, ବାସନ , ଜଳ ସମ୍ବନ୍ଧିତ ଶୋ-ପିସ କିଣିବା ଅଶୁଭ ଅଟେ।
  • ଶୁକ୍ରବାର-ପର୍ଶ, ବସ୍ତ୍ର, ଘର-ଦୋକାନ ସଜାଇବା ସାମଗ୍ରୀ, ବେଲ୍ଟ, ଜୋତା, ପ୍ରସାଧନ ସାମଗ୍ରୀ ଶୁଭ ଅଟେ । ଏହାଛଡା ଇଲେକ୍ଟୋନିକ୍ସ ସାମଗ୍ରୀ, ପୂଜା-ପାଠ ସାମଗ୍ରୀ, ସମ୍ପତ୍ତି ଅଶୁଭ ଅଟେ।
  • ଶନିବାର-ଏହିଦିନରେ ମେସିନ, ଫର୍ନିଚର, ହାର୍ଡୱେୟାର, ଯାନବାହନ ସାମଗ୍ରୀ ଏବଂ ପରଦା ଶୁଭ ଅଟେ । ମାତ୍ର ଶସ୍ୟ, ମସଲା, ନାଲି ରଂଗର ସାମଗ୍ରୀ, ରୋଷେଇ ସାମଗ୍ରୀ ଅଶୁଭ ଅଟେ। ଏହାକୁ କିଣନ୍ତୁ ନାହିଁ।
  • ରବିବାର-ରବିବାର ଦିନ ନାଲି ବସ୍ତୁ ଯଥା; ଗହମ, ପର୍ଶ, ଔଷଧ, କଇଁଚି, ଆଖି କିମ୍ବା ଅଗ୍ନି ସମ୍ବନ୍ଧିତ ସାମଗ୍ରୀ କିଣିବା ଶୁଭ ଅଟେ। ଏହା ପରିବର୍ତ୍ତେ ଲୁହା ସାମଗ୍ରୀ, ଫର୍ନିଚର, ହାର୍ଡୱେୟାର, ଗାର୍ଡନିଂ ସାମଗ୍ରୀ ,ଯାନବାହନ ସମ୍ବନ୍ଧିତ ସାମଗ୍ରୀ କିଣିବାଦ୍ୱାରା ଅଶୁଭ ହୋଇଥାଏ।

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା maa lakshmi images

ପଢନ୍ତୁ; କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

Related posts

ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Krishna Kumar Manoj

ଘରେ କେଉଁ କେଉଁ ସ୍ଥାନରେ ଦୀପ ଲଗାଇଲେ ,ମା ଲକ୍ଷ୍ମୀ ଙ୍କ କୃପା ହୋଇଥାଏ! ଜାଣନ୍ତୁ

Krishna Kumar Manoj

ଘରେ ରଖନ୍ତୁ ନାହିଁ ଏହି ସବୁ ସାମଗ୍ରୀ , ନଚେତ ପଡ଼ିପାରନ୍ତି ଅସୁବିଧାରେ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More