VASTU

ଶୁକ୍ରବାର କରନ୍ତୁ ଏହି ଛୋଟ ଉପାୟ , ଆପଣଙ୍କ ଉପରେ ହେବ ମା ଲକ୍ଷ୍ମୀ ଙ୍କ କୃପା

By Krishna Kumar Manoj

November 03, 2017

ହିନ୍ଦୁ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଗୁରୁବାର ଲକ୍ଷ୍ମୀଙ୍କ ପ୍ରିୟ ବାର ହେଲେ ମଧ୍ୟ ଶୁକ୍ରବାର ସିଦ୍ଧିଲକ୍ଷ୍ମୀଙ୍କୁ ପୂଜାକଲେ ସର୍ବସିଦ୍ଧି ମିଳେ ବୋଲି ବିଶ୍ଵାସ କରାଯାଏ ।

-ଜାଣନ୍ତୁ କେମିତି-

ବହୁ ଲୋକଙ୍କ ଜୀବନରେ ଆର୍ଥିକ ଓ ବ୍ୟବସାୟିକ ସମସ୍ୟା ଦେଖାଦେଉଛି । ଅନେକ ଉପାୟ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଶୁକ୍ରବାର ଦିନ ନିମ୍ନଲିଖିତ ଉପାୟ ଦ୍ଵାରା ଆପଣଙ୍କୁ ମିଳିବ ଏହି ସମସ୍ତ ସମସ୍ୟାରୁ ମୁକ୍ତି ।

ଏହି ଉପାୟ ପାଇଁ ପ୍ରଥମେ ଆପଣ ଗୁଡ ଖଣ୍ଡେ ଆଣନ୍ତୁ । ଶୁକ୍ରବାର ସକାଳେ ସ୍ନାନ ଆଦି ସାରି ଧୁଆ ବସ୍ତ୍ର ପିନ୍ଧି ଠାକୁର ଘରକୁ ଯାଅନ୍ତୁ । ମା ଲକ୍ଷ୍ମୀଙ୍କ ଫଟୋକୁ ପୋଛାପୋଛି କରି ଫୁଲ ସିନ୍ଦୁର ଆଦି ଦେଇ ଯଥା ବିଧି ପୂଜା କରନ୍ତୁ ଓ ଉପୋରକ୍ତ ଗୁଡ ଖଣ୍ଡକୁ ଭୋଗ ଲଗାନ୍ତୁ । ଏଥର ମା ଲକ୍ଷ୍ମୀଙ୍କ ଆରତି ପାଠ କରନ୍ତୁ । ପୁରା ଦିନ ଉକ୍ତ ଗୁଡ ଖଣ୍ଡକୁ ଠାକୁର ଘରେ ରହିବାକୁ ଦିଅନ୍ତୁ । ସନ୍ଧ୍ୟାରେ ଏହି ଗୁଡଖଣ୍ଡକୁ ଧଳା କିମ୍ବା କସରା ରଙ୍ଗର ଗାଈକୁ ଖାଇବାକୁ ଦିଅନ୍ତୁ ।

୫ଟି କିମ୍ବା ୭ଟି ଶୁକ୍ରବାର ଏହି ଉପାୟ କଲେ ଧନ ଓ ବ୍ୟବସାୟ ସମସ୍ୟାରୁ ଆପଣ ମୁକ୍ତି ପାଇବେ ଓ ଏଥି ସହିତ ପିତୃଦୋଷ ଓ ଶନିଦୋଷ ମଧ୍ୟ ଦୂର ହେବ ।

ପଢନ୍ତୁ, ଡିସେମ୍ବର ପହିଲାରୁ ସମସ୍ତ ଚାରି ଚକିଆ ଯାନ ପାଇଁ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ