“ସିମ୍ବା” ସିନେମାରୁ ଆଉଟ ମାଧବନ

ମାଧବନଙ୍କ ଜାଗାରେ ସୋନୁ ସୁଦ ନଜର ଆସିପାରନ୍ତି

ବଲିଉଡ ଫିଲ୍ମ ନିର୍ମାତା ରୋହିତ ସେଠୀଙ୍କ ସିନେମା ‘ ସିମ୍ବା ‘ କୁ ନେଇ ଚାଲିଛି ଜୋରଦାର ଚର୍ଚା । କେତେବେଳେ କିଏ ଇନ ହେଲାଣି ତ କେତେବେଳେ କିଏ ଆଉଟ ହେଲାଣି । ରଣବିର ସିଂ ଓ ସାରା ଅଲ୍ଲୀ ଖାନ ଅଭିନୀତ ଏହି ସିନେମାରେ ଦକ୍ଷିଣ ଭାରତୀୟ ଅଭିନେତା ଆର. ମାଧବନ ଭିଲେନ ଭୂମିକରେ ଅଭିନୟ କରିବା ସ୍ଥିର ହୋଇସାରିଥିଲା ।

ବର୍ତ୍ତମାନ ଶୁଣିବାକୁ ମିଳୁଛି କି ସେ କୁଆଡେ ଏହି ସିନେମାରେ ଅଭିନୟ କରିବେ ନାହିଁ । ଏହାକୁ ନେଇ ସେ ଚୁପ ଥିଲେ । ଯାହା ଫଳରେ ଦର୍ଶକଙ୍କ ମନରେ ବିଭିନ୍ନ ଆଶଙ୍କା ସୃଷ୍ଟି କରିଛି । ଏବେ ମାଧବନ ସେହି ସିନେମାରେ ଅଭିନୟ କରି ନ ପାରିବାର କାରଣ ଟ୍ବିଟ ଜରିଆରେ ଦର୍ଶକଙ୍କୁ ଜଣାଇଛନ୍ତି ।

ମାଧବନ ଟ୍ବିଟ କରିଛନ୍ତି ଯେ , ବନ୍ଧୁଗଣ ! ‘ ମୁଁ ରୋହିତ ସେଠୀ ଓ ତାଙ୍କ ସିନେମାର ବଡ ପ୍ରଶଂସକ । ତାଙ୍କୁ ମୁଁ ପୁଅ ପରି ଭଲ ପାଏ । ତେବେ ମୁଁ ଆହତ ହୋଇଥିବା ଯୋଗୁଁ ତାଙ୍କ ସିନେମାରେ ଅଭିନୟ କରିବାରୁ ବଞ୍ଚିତ ହେଉଛି , ମୋ ମନ ଭାଙ୍ଗି ପଡିଛି । ‘

ମାଧବନ ଜିମରେ ୱାକଆଉଟ କରିବା ସମୟରେ କନ୍ଧରେ ଆଘାତ ଲାଗିଥିଲା । ଏଥିପାଇଁ ନିକଟରେ ତାଙ୍କୁ ସର୍ଜରୀ କରିବାକୁ ମଧ୍ୟ ପଡିଛି । ଏହି ସମସ୍ୟା ଯୋଗୁଁ ନିକଟରେ ତାଙ୍କୁ ବହୁତ ସିନେମା ହାତ ଛଡା କରିବାକୁ ପଡିଛି ।

ଶୁଣିବାକୁ ମିଳୁଛି କି ‘ ସିମ୍ବା ‘ ସିନେମାରେ  ମାଧବନଙ୍କୁ ମିଳିଥିବା ରୋଲ ପ୍ରଥମେ ଅଭିଷେକ ବଚନଙ୍କୁ ଦିଆଜାଇ ଥିଲା । ମାତ୍ର ସେ ମନା କରିଥିଲେ । ଏବେ ମାଧବନଙ୍କ ଜାଗାରେ ସୋନୁ ସୁଦ ଅଭିନୟ କରିପାରନ୍ତି ।

‘ ସିମ୍ବା ‘ ହେଉଛି ଦକ୍ଷିଣ ଭାରତୀୟ ସିନେମା ‘ ଟେମ୍ପର ‘ ର ରିମେକ । ‘ ଟେମ୍ପର ‘ ସିନେମାରେ ଖଳନାୟକ ଭୂମିକରେ ଅଭିନୟ କରିଥିଲେ ପ୍ରକାଶ ରାଜ ।

ପଢନ୍ତୁ ;

ରତ୍ନଭଣ୍ଡାର ସବକମିଟିର ନିଷ୍ପତ୍ତି : ରତ୍ନ ଭଣ୍ଡାରରେ ରତ୍ନ ଆକଳନ ହେବନି

ମାଧବନ ଜିମରେ ୱାକଆଉଟ କରିବା ସମୟରେ କନ୍ଧରେ ଆଘାତ ଲାଗିଥିଲା - 93%

93%

ଏବେ ମାଧବନଙ୍କ ଜାଗାରେ ସୋନୁ ସୁଦ ଅଭିନୟ କରିପାରନ୍ତି । - 89%

89%
91%

Excellent!

"ସିମ୍ବା" ସିନେମାରୁ ଆଉଟ ମାଧବନ

ବଲିଉଡ ଫିଲ୍ମ ନିର୍ମାତା ରୋହିତ ସେଠୀଙ୍କ ସିନେମା ' ସିମ୍ବା ' କୁ ନେଇ ଚାଲିଛି ଜୋରଦାର ଚର୍ଚା । କେତେବେଳେ କିଏ ଇନ ହେଲାଣି ତ କେତେବେଳେ କିଏ ଆଉଟ ହେଲାଣି । ରଣବିର ସିଂ ଓ ସାରା ଅଲ୍ଲୀ ଖାନ ଅଭିନୀତ ଏହି ସିନେମାରେ ଦକ୍ଷିଣ ଭାରତୀୟ ଅଭିନେତା ଆର. ମାଧବନ ଭିଲେନ ଭୂମିକରେ ଅଭିନୟ କରିବା ସ୍ଥିର ହୋଇସାରିଥିଲା ।

No Votes Yet

You're not rated yet