ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ୍ଙ୍କ ସଦ୍ୟତମ ଭିଡିଓ ଆଲ୍ବମ୍କୁ ନିଷେଧକ କରିବା ଲାଗି ମଥୁରାର ପୁରୋହିତମାନେ ଦାବି କରିଛନ୍ତି। ଏହି ଭିଡିଓ ଆଲ୍ବମ୍ରେ ଥିବା ପ୍ରସିଦ୍ଧ ଗୀତ ‘ମଧୁବନ୍ ମୈଁ ରାଧିକା ନାଚେ’ ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି।୧୯୬୦ ମସିହାର ‘କୋହିନୂର୍’ ଚଳଚ୍ଚିତ୍ରରେ ଥିବା ଏହି ଗୀତଟିର ମୂଳ ଗାୟକ ହେଉଛନ୍ତି ମହମ୍ମଦ ରଫି।
ବୃନ୍ଦାବନର ସନ୍ଥ ନୱଲ ଗିରି ମହାରାଜ କହିଛନ୍ତି, ଅଭିନେତ୍ରୀଙ୍କ ବିରୋଧରେ ସରକାର ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ତାଙ୍କ ଭିଡିଓ ଆଲ୍ବମ୍କୁ ନିଷେଧ ନ କରନ୍ତି, ଆମେ ଅଦାଲତକୁ ଯିବୁ।
ପଢନ୍ତୁ: ୧୮୦୦ କୋଟି ଟଙ୍କାର ଜଳକର ଛାଡ଼ କଲେ ପଞ୍ଜାବ ସରକାର