Entertainment

୧୮ ବର୍ଷ ପରେ ଫିଲ୍ମରେ ଏକାଠି ଆସୁଛନ୍ତି ଏହି ସୁପର ହିଟ ଯୋଡି

୧୮ ବର୍ଷ ପରେ ପୁରୁଣା ଯୋଡ଼ି ଏକାଠି ଆସୁଛନ୍ତି

ବଲିଉଡ ସହ ମାଧୁରୀଙ୍କ ନିବିଡ଼ତା ୩୪ ବର୍ଷର। ଅଭିନୟ ପ୍ରତି ତାଙ୍କର ମାତ୍ରାଧିକ ଦୁର୍ବଳତା।ଏବେ ପୁନଃ ୧୮ ବର୍ଷ ପରେ ଏହି ଦମଦାର ଯୋଡ଼ିଙ୍କୁ ‘ଟୋଟାଲ୍ ଧମାଲ୍’ରେ ଦେଖିବାକୁ ମିଳିବ। ମାଧୁରୀ କହିଛନ୍ତି, ଏହି ଚଳଚ୍ଚିତ୍ରର ସୁଯୋଗ ପାଇ ଯେତିକି ମୁଁ ଖୁସି, ସେତିକି ଖୁସି ଅନିଲ ମଧ୍ୟ। ପୁରୁଣା ଦିନର ସାଥୀ ଏତେଦିନ ପରେ ପୁଣି କାମ କରିବାର ସୁଯୋଗ ପାଇଲେ।

ବିବାହ ପରେ ଆମେରିକାରେ ଡାକ୍ତର ସ୍ବାମୀଙ୍କ ସହ ବେଶ୍ ବିଳାସମୟ ଜୀବନଯାପନ କରୁଥିଲେ ଏହି ସୁନ୍ଦରୀ। ହେଲେ ବେଶୀଦିନ ସେଠାର ଅତ୍ୟାଧୁନିକ ଜୀବନଶୈଳୀ ତାଙ୍କୁ ପ୍ରଭାବିତ କରିପାରିଲା ନାହିଁ। ଶେଷରେ ସପରିବାର ଭାରତ ଫେରିବାକୁ ସ୍ଥିର କରିଥିଲେ ମାଧୁରୀ। ସ୍ବାମୀ ଶ୍ରୀରାମ ନେନେ ଏଥିପାଇଁ ତାଙ୍କୁ ସବୁଠୁ ଅଧିକ ସହଯୋଗ କରିଥିଲେ। ମୁମ୍ବଇକୁ ଆସିବା ପରେ ପୁଣି ରୀତିମତ ତାଙ୍କୁ ବିଭିନ୍ନ ସୁଯୋଗ ମିଳିଲା।

ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ପୁରୁଣା ବନ୍ଧୁଙ୍କ ସହ କାମ କରିବାର ମଜା ନିଆରା। ୯୦ ଦଶକରେ ଅନିଲ କପୁର-ମାଧୁରୀଙ୍କ ଯୋଡ଼ିକୁ ସୁପରହିଟ୍ ଯୋଡ଼ି ଭାବେ ଗଣାଯାଉଥିଲା। ଦୁହେଁ ଶେଷଥର ‘ପୁକାର’ ଚଳଚ୍ଚିତ୍ରରେ ଏକତ୍ର କାମ କରିଥିଲେ। ଚଳଚ୍ଚିତ୍ରଟି ୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା।

ପଢନ୍ତୁ;

ଦିଲ୍ଲୀ :ସ୍କୁଲରେ ୯ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା,୩ ଛାତ୍ର ଗିରଫ

Related posts

ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍‌ ଫିଲ୍ମରେ ସାରାଙ୍କୁ ଦେଖିବାକୁ ମିଳିବ

ENO Beuro

Odisha CM Naveen Patnaik Appealed To Vote For Singing Star Satyajeet Jena

ENO Beuro

ସଲମାନଙ୍କ ଗୋଟିଏ ଏପିସୋଡର ଦାମ ଜାଣିଛନ୍ତି କି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More