୨୧ ବର୍ଷ ପରେ ‘କଳଙ୍କ’ରେ ଏକାଠି ନଜର ଆସିବେ ସଞ୍ଜୟ ଓ ମାଧୁରୀ

ଦମଦାର ମଲ୍ଟିଷ୍ଟାରର ଫିଲ୍ମ ନିର୍ମାଣ କରିବା ଲାଗି ଜଣାଶୁଣା କରନ ଜୋହର ପୁଣିଥରେ ଏହି କନ୍‌ସେପ୍ଟ ସହିତ ‘କଳଙ୍କ’ ଶୀର୍ଷକ ସିନେମା ପରଦାକୁ ଆଣିବା ପାଇଁ ସଜବାଜ ହେଉଛନ୍ତି। କରନଙ୍କ ଏହି ସିନେମାରେ ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ବରୁଣ ଧୱନ ଏବଂ ସୋନାକ୍ଷୀ ସିହ୍ନାଙ୍କ ସହିତ ବଲିଉଡ୍‌ର ଅନେକ କଳାକାର ନଜର ଆସିବେ। ଏହି ସୁପର ଷ୍ଟାରର ସିନେମାର ପ୍ରଥମ ପୋଷ୍ଟରରେ ବହୁତ ସସ୍‌ପେନ୍ସ ଥିବା ପରି ଜଣାପଡ଼ୁଛି।

ପ୍ରାୟତଃ ୨୧ ବର୍ଷ ପରେ ପୁଣି ଥରେ ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିବ।

ଏହି ଯୋଡ଼ି ସାଜନ, ଖଳନାୟକ, ମହାନତା, ସାହିବାଁ ଭଳି ଅନେକ ସିନେମାରେ କାମ କରିଛନ୍ତି। ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତଙ୍କ ଯୋଡ଼ି ୯୦ ଦଶକର ସୁପରହିଟ୍‌ ଯୋଡ଼ି ମଧ୍ୟରୁ ଗୋଟିଏ ଥିଲା ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମରେ କାମ କରିବା ସହିତ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ଉଭୟେ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ।

ତେବେ ସଞ୍ଜୟ ଟାଡା ମାମଲାରେ ଜେଲ୍‌ ଯିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେବେ ଦୀର୍ଘ ଦିନ ପରେ କଳଙ୍କ ଫିଲ୍ମ ମାଧ୍ୟମରେ ବଡ଼ ପରଦାରେ ପୁଣି ଥରେ ଏହି ଯୋଡ଼ିକୁ ଏକାଠି ଦେଖିବାକୁ ମିଳିବ। ତେବେ ଫିଲ୍ମରେ ଉଭୟଙ୍କ ଚରିତ୍ର ସମ୍ପର୍କରେ କିଛି ସୂଚନା ମିଳିନାହିଁ। ତେଣୁ ସେମାନେ ସ୍କ୍ରିନ୍‌ ଶେୟାର କରିବେ କି ନାହିଁ ଏହା କହିବା ଏବେ ମୁସ୍କିଲ ହେବ।

ସୂଚନାଯୋଗ୍ୟ, ଏହି ସିନେମା ନିର୍ମାଣ କରିବା ପାଇଁ କରନ ଏବଂ ତାଙ୍କ ପିତା ୟଶ ଜୋହର ଦୀର୍ଘ ୧୫ ବର୍ଷ ତଳେ ଯୋଜନା କରିଥିଲେ। ଏହା ଏକ ଏପିକ୍‌ ଡ୍ରାମା ସିନେମା ବୋଲି କୁହାଯାଉଛି। ଧର୍ମା ପ୍ରଡକ୍ସନ, ଫକ୍ସ ଷ୍ଟାର ଷ୍ଟୁଡିଓଜ୍‌ ଏବଂ ନଦିଆଦୱାଲା ଗ୍ରାଣ୍ଡସନ୍‌ ଏଣ୍ଟରଟେନ୍‌ମେଣ୍ଟ ଏହି ସିନେମାର ପ୍ରଯୋଜନା ଦାୟିତ୍ବ ନେଇଥିବା ଜଣାପଡ଼ିଛି। ଫିଲ୍ମର ନିର୍ଦେଶନା ଅଭିଷେକ ବର୍ମନ ଦେବେ। ଏହି ସିନେମା ୧୯ ଏପ୍ରିଲ ୨୦୧୯ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ; କୋଲକାତା ନାଇଟ ରାଇଡର୍ସର ତୃତୀୟ ବିଜୟ ,୭ ଓ୍ଵିକେଟ୍‌ରେ ହାରିଲା ରାଜସ୍ଥାନ ରୟାଲ୍ସ!

ତେବେ ସଞ୍ଜୟ ଟାଡା ମାମଲାରେ ଜେଲ୍‌ ଯିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। - 8.9

89%

ଏହି ସିନେମା ନିର୍ମାଣ କରିବା ପାଇଁ କରନ ଏବଂ ତାଙ୍କ ପିତା ୟଶ ଜୋହର ଦୀର୍ଘ ୧୫ ବର୍ଷ ତଳେ ଯୋଜନା କରିଥିଲେ। - 8.4

84%
8.7/10

Very Good!

୨୧ ବର୍ଷ ପରେ ‘କଳଙ୍କ’ରେ ଏକାଠି ନଜର ଆସିବେ ସଞ୍ଜୟ ଓ ମାଧୁରୀ

ଦମଦାର ମଲ୍ଟିଷ୍ଟାରର ଫିଲ୍ମ ନିର୍ମାଣ କରିବା ଲାଗି ଜଣାଶୁଣା କରନ ଜୋହର ପୁଣିଥରେ ଏହି କନ୍‌ସେପ୍ଟ ସହିତ ‘କଳଙ୍କ’ ଶୀର୍ଷକ ସିନେମା ପରଦାକୁ ଆଣିବା ପାଇଁ ସଜବାଜ ହେଉଛନ୍ତି। କରନଙ୍କ ଏହି ସିନେମାରେ ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ବରୁଣ ଧୱନ ଏବଂ ସୋନାକ୍ଷୀ ସିହ୍ନାଙ୍କ ସହିତ ବଲିଉଡ୍‌ର ଅନେକ କଳାକାର ନଜର ଆସିବେ।

No Votes Yet

You're not rated yet