Entertainment

ଭୁବନେଶ୍ୱରରେ ପହଞ୍ଚିଲେ ମାଧୁରୀ ଦିକ୍ଷିତ

madhuri

ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିବେ ମାଧୁରୀ

ଭୁବନେଶ୍ୱରରେ ପହଞ୍ଚିଲେ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ । ପୁରୁଷ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ସୋମବାର ମାଧୁରୀ ଦିକ୍ଷିତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମାଧୁରୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରାୟ ୧୧୦୦ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ଏହାର ମୁଖ୍ୟଚରିିତ୍ର “ମଦର ଆର୍ଥ”ରେ ରହିବେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ।

madhuri

ଏହି ଅବସରରେ ମାଧୁରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସିବା ପରେ ତାଙ୍କୁ ବହୁତ ଲାଗୁଛି । ଆନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି ।

ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ୍ ଉଦଘାଟନୀ ମଂଚରେ ଜାଜ୍, ବାଲେ, ଆଫ୍ରୋ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ପରବେଷଣ କରିବେ ମାଧୁରୀ ଦୀକ୍ଷିତ୍।

ପଢନ୍ତୁ;  ହକି ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Related posts

AD Entertainment Presents New Odia Music Video “Pakhe Pakhe”

ENO Beuro

ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କଲେ ବାବୁସାନ୍‌

ENO Beuro

ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମବାର୍ଷିକୀ:ଏହି ଖାସ ଅବସରରେ ଜାହ୍ନବୀ ସେୟାର କଲେ ଫ୍ୟାମିଲି ଫଟୋ

ENO Beuro

Leave a Comment