• Home
  • Entertainment
  • ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍
Entertainment

ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍

ରିୟଲିଟ ଶୋ’ରେ ପୁଣି ନଜର ଆସିବେ ମାଧୁରୀ

ବଲିଉଡ କୁଇନ୍‌ ମାଧୁରୀ ଦିକ୍ଷିତ ନେନେ ପୁଣି ଥରେ ଛୋଟ ପରଦାକୁ ଫେରିବେ ବୋଲି ଜଣାପଡିଛି ।  କଲର୍ସ ଚ୍ୟାନେଲର ଡ୍ୟାନ୍ସ ରିୟଲିଟ ଶୋ’ ‘ଡ୍ୟାନ୍ସ ଦିୱାନେ’ଜରିଆରେ ପୁଣି ଥରେ ଟେଲିଭିନକୁ ଫେରୁଛନ୍ତି । ଏହି ଶୋ’ରେ ମାଧୁରୀ ଜଣେ ବିଚାରପତି ଭାବେ ନଜର ଆସିବେ । ତାଙ୍କ ସହ ଅନ୍ୟ ଦୁଇଜଣ ବିଚାରପତି ହେଲେ ନିର୍ଦ୍ଦେଶକ ଶଶାଙ୍କ ଖେତାନ ଏବଂ କୋରିୟଗ୍ରାଫର ତୁଷାର କାଲିଆ ।

ଏହି ଶୋ’କୁ ୩ଟି ବିଭାଗରେ ଭାଗ କରାଯାଇଛି। ଗୋଟିଏରେ ଛୋଟ ପିଲାମାନେ ଭାଗ ନେଉଥିବା ବେଳେ ଦ୍ୱୀତିୟରେ ଯୁବତୀଯୁବକ ଓ ତୃତୀୟରେ ବୟସ୍କମାନେ ଭାଗନେବେ। ଡ୍ୟାନ୍ସ ମାଧୁରୀଙ୍କ ଜୀବନ ହୋଇଥିବାରୁ ସେ ଏହି ଶୋ’କୁ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ପୁଣି ଏହି ଶୋ’ମାଧ୍ୟମରେ ୩ ପିଢିର କଳାକାରଙ୍କୁ ଏକାଠି ଡ୍ୟାନ୍ସ କରିବା ଓ ସେମାନଙ୍କ ମଧ୍ୟରୁ ସବୁଠାରୁ ଉତ୍ତମ ଡ୍ୟାନ୍ସରଙ୍କୁ ବାଛିବାକୁ ସୁଯୋଗ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।

ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ କହିବାର ଥିଲା, ‘ଡ୍ୟାନ୍ସ ଦିୱାନେ’ସହିତ ମୁଁ ଏକ ରିୟଲିଟ ଶୋ’ରେ ନିଜର କ୍ୟାରିୟର ଆରମ୍ଭ କରୁଛି । ଆମ୍ଭେମାନେ ସେହି ପ୍ରତିଭାଶାଳୀ ଡ୍ୟାନ୍ସର ମାନଙ୍କୁ ଖୋଜୁଛୁ ଯେଉଁମାନେ ବୟସକୁ ଧ୍ୟାନ ନଦେଇ ନିଜର ଡ୍ୟାନ୍ସ ମାଧ୍ୟମରେ ପୂରା ଭାରତକୁ ନଚେଇବାକୁ ଚାହୁଁଛନ୍ତି । ମାଧୁରୀଙ୍କ ସହ ଜୁରୀ ସଦସ୍ୟ ଭାବେ କାମ କରିବା ଏହା ମୋ ପାଇଁ ସମ୍ମାନର କଥା । ଏବଂ ଏହି ଶୋ’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଅପେକ୍ଷା କରିଛୁ’ ।

ଶେଷରେ କୋରିୟଗ୍ରାଫର ତୁଷାର କାଲିଆ କହିଥିଲେ ଯେ, ‘ମାଧୁରୀ ମାଡମ ଏବଂ ଶଶାଙ୍କ ଖେତାନଙ୍କ ସହିତ ବିଚାରପତି ସିଟରେ ବସିବା ମୋ ପାଇଁ ବଡ ଖୁସିର କଥା’ ।

ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍ madhuri

ପଢନ୍ତୁ ;

ଆଳୁ ବଜାରରେ ନିଆଁ : ଖାଉଟି ହନ୍ତସନ୍ତ

Related posts

ଟ୍ୱିଟର ଉପରେ ରାଗିଲେ ବିଗ୍‌ ବି ! ଅସନ୍ତୋଷ ଜାହିର କରି ଟ୍ୱିଟର ଛାଡିବା ପାଇଁ ଧମକ ଦେଲେ

Krishna Kumar Manoj

ରାଣୀଙ୍କ ହିଚ୍-କୀ ରେ ପାଗଳ ହେଲେ ତାଙ୍କ ଫ୍ୟାନ୍

Krishna Kumar Manoj

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More