POLITICALS

ପୁନେରୁ ଲଢିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ

madhuri

ବଲିଊଡ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ନେନେ ବିଜେପି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି। ତାଙ୍କର ନାମ ପୁନେ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ତାଲିକାଭୁକ୍ତ କରାଯାଇଛି ବୋଲି ବିଜେପିର ଜଣେ ବରିଷ୍ଠ ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

madhuri

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍‌ରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ‘ସମ୍ପର୍କ ପାଇଁ ସମର୍ଥନ’ କାର୍ଯ୍ୟକ୍ରମ ସମୟରେ ମାଧୁରୀଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଭେଟିଥିଲେ। ସେଠାରେ ସେ ଏହି ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା ବିଷୟରେ ବୁଝାଇଥିଲେ। ଏଥିରୁ ଅନୁମାନ କରାଯାଉଛି ମାଧୁରୀ ହୁଏତ ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ପକ୍ଷରୁ ଲଢିପାରନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଅନୀଲ ଶ୍ରୀଲୋରେ ପୁନେ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କୁ ୩ ଲକ୍ଷ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। କିନ୍ତୁ ଏଥର ସେହି ଆସନରୁ ମାଧୁରୀଙ୍କୁ ବିଜେପି ପ୍ରାର୍ଥୀ କରିବ।

ଉଲ୍ଲେଖଯୋଗ୍ୟ,୫୧ ବର୍ଷୀୟ ମାଧୁରୀ ଦୀକ୍ଷିତ ‘ତେଜାବ’, ‘ହମ ଆପକେ ହେଁ କୌନ’, ‘ଦିଲ ତୋ ପାଗଲ ହେ’, ‘ସାଜନ’ ଓ ‘ଦେବଦାସ’ ସହିତ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି ।

ପଢନ୍ତୁ; ୨୪ରେ ଓଡିଶା ଆସିବେ ମୋଦି,ନବୀନ ଗଡରେ ହେବ ବଡ ସୋ

Related posts

Dharmendra Pradhan – Minister Of State For Petroleum And Natural Gas

ENO Beuro

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

ENO Beuro

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ତେଜିଲା ଆଶାୟୀଙ୍କ ଅସନ୍ତୋଷ

Ratnamani Moharana

Leave a Comment