• Home
  • News
  • ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ
News

ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ

ଆଜି ସାରା ରାଜ୍ୟରେ ପାଳିତ ହେଉଛି ସ୍ୱାଭିମାନ ଦିବସ

ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ୧୮୪୮ ମସିହା ଆଜିର ଦିନରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ମଧୁବାବୁ ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଥିଲା ବଡ଼ ଭୂମିକା । ବିଲାତ ଯାତ୍ରା କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଓକିଲ । ତାଙ୍କର ଉଦ୍ୟମରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂଗ୍ରାମକୁ ଆଗେଇ ନେଇଥିଲା ।

ମଧୁବାବୁ ହେଉଛନ୍ତି ଓଡ଼ିଆ ସ୍ୱାଭିମାନର ପ୍ରତୀକ । ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ, ସ୍ୱପ୍ନଦ୍ରଷ୍ଟା ଆଉ ଓଡ଼ିଆ ମନସ୍ମ । ଉତ୍କଳର ସ୍ୱତନ୍ତ୍ରତା ପାଇଁ ଶେଷ ପର୍ଯ୍ୟନ୍ତ ସେ ସଂଗ୍ରାମ କରି ଚାଲିଥିଲେ । ଓଡ଼ିଶାରେ ସ୍ୱଦେଶୀ ଜ୍ଞାନ କୌଶଳରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସାରା ଜୀବନ ଓଡ଼ିଆ ଭାଷା ଓ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି ମଧୁବାବୁ । ତାଙ୍କ ଉଦ୍ୟମରେ  ୧୯୩୬ରେ ଓଡ଼ିଶା ଭାଷା ଭିତ୍ତିକ ପ୍ରଦେଶ ଭାବେ ସ୍ୱୀକୃତି ପାଇଥିଲା । ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ସେ ମୋକବ୍ଦମା ଲଢିଥିଲେ । ଗଜପତିଙ୍କ ପାଇଁ ମାମଲା ପରିଚାଳନା କରିଥିଲେ ।

ଓଡ଼ିଆଙ୍କ ସ୍ୱାଭିମାନ ଲଢେଇରେ ମଧୁବାବୁଙ୍କ ଅବଦାନକୁ ସ୍ମରଣ ପାଇଁ ଆଜି ସାରା ରାଜ୍ୟରେ ସ୍ୱାଭିମାନ ଦିବସ ପାଳନ କରାଯାଉଛି । ଆଇନ ପାଠ ନଜାଣିଲେ ଇଂରେଜ ସରକାରଙ୍କ ସାମ୍ନା କରିବା ସମ୍ଭବ ନୁହେଁ ମନେ କରି ନୈଶ କଲେଜରେ ଆଇନ ପାଠ ପଢିଥିଲେ ।

ଉତ୍କଳ ଗୌରବ ମଧୁସୂଦନଙ୍କ ଆଜି ଜୟନ୍ତୀ madhu babu

ପଢନ୍ତୁ ;

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

Related posts

ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

Krishna Kumar Manoj

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ

Krishna Kumar Manoj

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପିଟିଲେ କନଷ୍ଟେବଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More