• Home
  • News
  • ମଧ୍ୟପ୍ରଦେଶ ସରକାର ନେଲେ କଡା ପଦକ୍ଷେପ, ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ହେବ ଫାଶୀଦଣ୍ଡ
News

ମଧ୍ୟପ୍ରଦେଶ ସରକାର ନେଲେ କଡା ପଦକ୍ଷେପ, ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ହେବ ଫାଶୀଦଣ୍ଡ

ଦିନକୁ ଦିନ ଦୁଷ୍କର୍ମ, ଅନ୍ୟାୟ, ଅପରାଧ ବାଢୁଛି ଓ ଅଭିଯୁକ୍ତ ମାନେ ନିର୍ଭୟ ଭାବରେ ଅପରାଧ କରି ଚାଲିଛନ୍ତି । ଏଥିପାଇଁ ମଧ୍ୟପ୍ରଦେଶ ସରକାର କଡା ପଦକ୍ଷେପ ନେଇଛନ୍ତି । ଏବେ ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ଅଭିଯୁକ୍ତଙ୍କୁ ହେବ ଫାଶୀଦଣ୍ଡ ବୋଲି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର ।  କେନ୍ଦ୍ର ଓ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ମିଳିବା ପରେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିଲା କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୧୨ ବର୍ଷ ବା ତା’ଠାରୁ କମ ବୟସର ଝିଅଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଫାଶୀ ହେବା ପାଇଁ ହୋଇଥିବା ଆବେଦନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଏହାସହ କୌଣସି ବି ବୟସର ମିହଳାଙ୍କ ସହ ଗଣଦୁଷ୍କର୍ମ କରୁଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରସ୍ତାବକୁ ପାଶ୍ କରାଯାଇଛି । ଆଇପିସିର ଧାରା ୩୭୬(ଦୁଷ୍କର୍ମ) ଓ ୩୭୬ ଡ଼ି (ଗଣଦୁଷ୍କର୍ମ)ରେ ସଂଶଧୋନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଉଭୟ ଧାରାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ପାଇଁ ପ୍ରାବଧାନ ସାମିଲ କରାଯାଇଛି ।

ଏହା ବ୍ୟତୀତ ଉକ୍ତ ବୈଠକରେ ମହିଳାଙ୍କ ସହ ଅସଦାଚରଣ ପରି ମାମଲାରେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବା ସହ ଏକ ଲକ୍ଷ ଜୋରିମାନା ପ୍ରଦାନ କରବା ପାଇଁ ନିୟମ କରାଯିବ ବୋଲି ମଧ୍ୟ ପ୍ରସ୍ତାବ ମଂଜୁରୀ ହୋଇଛି ।

ଦୁଷ୍କର୍ମକାରୀଙ୍କ ମନରେ ଭୟ ସୃ୍ଷ୍ଟି କରିବା ଲାଗି ଖାଲି ମଧ୍ୟପ୍ରଦେଶରେ ନୁହେଁ ପୁରା ଦେଶରେ ଏପରି ନିୟମ ଲାଗୁ ହେବା ଉଚିତ । ଯାହାଦ୍ୱାରା ଦୁଷ୍କର୍ମ ହାର ଲୋପ ପାଇଯାଆନ୍ତା ।

ପଢନ୍ତୁ, ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କୁ ଭେଟିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଭୟ ଏବେ ବିପଦମୁକ୍ତ

Related posts

ପୁଣି ଲେଉଟିଲା ତାତି : ଭୁବନେଶ୍ଵର ସର୍ବାଧିକ ୪୧.୨ ଡିଗ୍ରୀ

Krishna Kumar Manoj

ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More