POLITICALS

ଖେଳମନ୍ତ୍ରୀ ହେଲେ ଟ୍ରାଫିକ୍ ପୋଲିସ୍ ! କାର୍ ରୁ ଓହ୍ଲାଇ ଟ୍ରାଫିକ୍ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ

Xz 743x430

ମଧ୍ୟପ୍ରଦେଶରେ ଲଗାଣ ବର୍ଷା କାରଣରୁ ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇପଡିଛି । ଖାସ୍ କରି ଭୋପାଲ ଏବଂ ଇନ୍ଦୋର୍ ଭଳି ସହରରେ ବର୍ଷା ଯୋଗୁଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଗତ ମଙ୍ଗଳବାର ଅନେକ ଅଞ୍ଚଳରେ ପାଣି ଜମିଥିବାରୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା । ଟ୍ରାଫିକ୍ ଜାମ୍ ଭିତରେ ଅନେକ ସମୟ ଧରି ଲୋକମାନେ ଠିଆ ହୋଇ ରହିଥିଲେ । ଏହି ସମୟରେ ଟ୍ରାଫିକ୍ ଜାମ୍ ର ଶିକାର ହୋଇଥିଲେ ଖେଳମନ୍ତ୍ରୀ ଜିତୁ ପଟୱାରୀ । ଅଧିକ ସମୟ ଧରି ଟ୍ରାଫିକ୍ ଫସିଥିବା ଖେଳମନ୍ତ୍ରୀ ଏହାପରେ ନିଜେ ରାସ୍ତାକୁ ଆସି ଜାମ୍ କୁ ରାସ୍ତା କଢାଇଥିଲେ ।

ତେବେ ଟ୍ରାଫିକ୍ ଜାମ୍ ସମୟରେ ଖେଳମନ୍ତ୍ରୀ ଟ୍ରାଫିକ୍ ପୋଲିସ ଅଧିକାରୀଙ୍କୁ ଫୋନ୍ କରି ତାଗିଦ୍ ମଧ୍ୟ କରିଥିଲେ । ଟ୍ରାଫିକର ଢିଲା ବ୍ୟବସ୍ଥା ଏବଂ ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ଦେବା ପାଇଁ ସେ ଅଧିକାରୀଙ୍କୁ କହିଥିଲେ । ତେବେ ତାଜୁବ୍ ର କଥା ହେଉଛି ଟ୍ରାଫିକ୍ ଜାମ୍ ସମୟରେ ନା ସେଠାରେ ଟ୍ରାଫିକ୍ ଲାଇଟ୍ ଜଳୁଥିଲା ନା କୌଣସି ଟ୍ରାଫିକ୍ ପୋଲିସକର୍ମୀ ସେଠାରେ ଉପସ୍ଥିତ ଥିଲେ । ଯେଉଁ କାରଣରୁ ଟ୍ରାଫିକ୍ ଜାମ୍ ଲାଗିଗଲା ।

ତେବେ ଏହି ସମୟରେ ଉତ୍ତୋଳନ ହୋଇଥିବା ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଜନତା ମଧ୍ୟ ତାଙ୍କର ଏହି କାମକୁ ଖୁବ୍ ପ୍ର୍ରଶଂସା କରୁଛନ୍ତି ।

ପଢନ୍ତୁ: ଗୋରା ହେବା କ୍ରିମ୍‌ ସାଜିପାରେ ଘାତକ ! ପ୍ରସାଧନ କ୍ରିମ୍ ନାଁରେ ବିକ୍ରି ହେଉଛି ଔଷଧ

Related posts

ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର

Ratnamani Moharana

ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ରୁଜୁ କଲା ମାମଲା

Ratnamani Moharana

ଆଜିଠୁ ଆରମ୍ଭ ବିଜେଡିର”ଘରେ ଘରେ ବିଜେଡି କାର୍ଯ୍ୟକ୍ରମ”: ବିଜୁ ଜୟନ୍ତିରୁ ହେବ ଶୁଭାରମ୍ଭ

Ratnamani Moharana

Leave a Comment