EnewsOdia.Com

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

ସ୍ୱଚ୍ଛ ଭାରତକୁ ଅଧିକ ଗତିଶୀଳ କରିବାକୁ ଅଭିନବ ପ୍ରୟାସ

 

ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ଲୋକେ ନିଜ ଘରେ ପାଇଖାନା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଆରମ୍ଭ କରାଯାଉଛି । ଏଭଳି ପରିସ୍ଥିତିରେ ମଧ୍ୟ ପ୍ରଦେଶ ସରକାର ମଧ୍ୟ ଲୋକଙ୍କୁ ନିଜ ଘରେ ଶୌଚାଳୟ ନିର୍ମାଣ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନାର ଲାଭ ଏବଂ ୫୧ ହଜାର ଟଙ୍କା ସେହି ପରିବାରକୁ ମିଳିବ ଯିଏ କି ନିଜ ଘରେ ନିର୍ମାଣ ହୋଇଥିବା ଶୌଚାଳୟ ସାମ୍ନାରେ ଛିଡା ହୋଇ ଫଟୋ ଉଠାଇ ସରକାରଙ୍କ ନିକଟକୁ ପଠାଇବେ । ଆଉ ଯଦି ଏଭଳି ନକରନ୍ତି ତେବେ ତାଙ୍କୁ ଏହି ଟଙ୍କା ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି।

ମଧ୍ୟପ୍ରଦେଶ ସରକାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ତଥା ନିକାହ ଯୋଜନାରେ ଏହି ନୂଆ ନିୟମକୁ ଯୋଡିଛନ୍ତି । ଏହି ଯୋଜନା ଅନୁସାରେ ବିବାହ ପରେ କନ୍ୟାକୁ ସ୍ଥାନୀୟ ସରକାରଙ୍କ ତରଫରୁ ୫୧ ହଜାର ଟଙ୍କା ମିଳିଥାଏ । ତେବେ ଏଣିକି ଏହି ଯୋଜନାର ଲାଭ ନେବାକୁ ହେଲେ କନ୍ୟାକୁ ବରପାତ୍ର ସହ ଶ୍ୱଶୁର ଘରେ ନିର୍ମାଣ ହୋଇଥିବା ପାଇଖାନ ସାମ୍ନାରେ ଛିଡା ହୋଇ ଏକ ସେଲ୍ଫି  ଉଠାଇବାକୁ ହେବ ଆଉ ଏହି ଫଟୋକୁ ସରକାରୀ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ । ଭୋପାଳରେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଫର୍ମକୁ ସେତେବେଳେ ସ୍ୱୀକାର କରାଯାଉଛି । ଯେତେବେଳେ ବରପାତ୍ର ଘରେ ଟଏଲେଟ୍ ଥିବ ।

ପଢନ୍ତୁ: ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

 

 

ସମ୍ବନ୍ଧିତ ଖବର

ନୂଆବର୍ଷକୁ ଧୋଇଦେବ ବର୍ଷା

Ratnamani Maharana

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana

ଓଡ଼ିଶାରେ ବିକ୍ରି ହେଉଛି ୧୦ରୁ ୧୫ ଦିନର ବାସି ଅଣ୍ଡା

Ratnamani Maharana

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

Ratnamani Maharana

ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଚାଲାଣ ଭରିଲେ ବାବୁଶାନ

Ratnamani Maharana

ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଅଦାଲତ

Ratnamani Maharana