POLITICALS

କମଲନାଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

kamalnath

ମଧ୍ୟପ୍ରଦେଶ ପିସିସି ସଭାପତି କମଲନାଥ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ  । ଅଭିଜ୍ଞ ରାଜନେତା କମଲନାଥ କ୍ଷମତାରେ ରହିଲେ ସୁଶାସନ ଦେଇ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିପାରିବେ ବୋଲି ନିଆଯାଇଥିବା ନିଷ୍ପତ୍ତିକୁ କେତେକ ମହଲରେ ସ୍ବାଗତ କରାଯାଇଛି। ହେଲେ ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉତ୍ସାହୀ ତଥା ପ୍ରଗତିଶୀଳ ନେତୃତ୍ୱଙ୍କୁ ଅଣଦେଖା କରାଯାଇଥିବାରୁ ଯୁବବର୍ଗ ନିରାଶ ହୋଇଛନ୍ତି। କମଲନାଥଙ୍କୁ କଂଗ୍ରେସ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ।

kamalnath

କମଲ ନାଥ କହିଛନ୍ତି ଯେ, ରାଜ୍ୟବାସୀଙ୍କ ବିଶ୍ୱାସ ଅତୁଟ ରଖିବା ସହ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ କାମ କରିବି । ଏଇଠୁ ନୂଆ ଆରମ୍ଭ ହେଲା ବୋଲି ସେ କହିଛନ୍ତି । ଉଭୟ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ? ଏହାକୁ ନେଇ ଗତକାଲି ଦିନ ତମାମ ଚର୍ଚ୍ଚା ଜାରି ରହିଥିଲା । ଦିଲ୍ଲୀ ଯାଇଥିଲେ ଉଭୟ ନେତା। ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ଦିଲ୍ଲୀରୁ ଫେରି କମଲନାଥ ଓ ଜ୍ୟୋତିରାଦିତ୍ୟ ବିଧାୟକ ଦଳ ବୈଠକରେ ସାମିଲ ହୋଇଥିଲେ। ଏହାପରେ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥିଲା ।

ସୂଚନାଯୋଗ୍ୟ, ୭୨ ବର୍ଷୀୟ କମଲନାଥ ରାଜ୍ୟର ଛିନ୍ଦଓ୍ଵାଡା ଲୋକସଭା ସିଟରେ ୧୯୮୦ରୁ ପ୍ରତିନିଧିତ୍ଵ କରି ଆସୁଛନ୍ତି। ସେ ଏ ପର୍ଯ୍ୟନ୍ତ ୯ଥର ଲୋକସଭା ନିର୍ବାଚନ ଜିତି ସାରିଛନ୍ତି।

ପଢନ୍ତୁ;  ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି

Related posts

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ENO Beuro

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ

Ratnamani Moharana

ଓଡିଶା ଇତିହାସରେ ପ୍ରଥମ: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ସିଧା ପ୍ରସାରଣ

Ratnamani Moharana

Leave a Comment