ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ନିଷ୍ଠା ଓ ଧାର୍ମିକ ପବିତ୍ରତା ବଜାୟ ରଖିବା ନିମନ୍ତେ ତାମିଲନାଡୁ ରାଜ୍ୟରେ ଥିବା ମନ୍ଦିରମାନଙ୍କରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ କରିବା ଲାଗି ଶୁକ୍ରବାର ଦିନ ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ‘ହିନ୍ଦୁ ରିଲିଜିୟସ୍ ଆଣ୍ଡ୍ ଚାରିଟେବଲ୍ ଏଣ୍ଡାଓମେଣ୍ଟ୍’କୁ (ଏଚ୍ଆର୍ ଆଣ୍ଡ୍ ସିଇ) ଆଦେଶ ଦେଇଛନ୍ତି।
ନିଷ୍ଠା ଓ ଧାର୍ମିକ ପବିତ୍ରତା ବଜାୟ ରଖିବା ନିମନ୍ତେ ତାମିଲନାଡୁ ରାଜ୍ୟରେ ଥିବା ମନ୍ଦିରମାନଙ୍କରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ କରିବା ଲାଗି ଶୁକ୍ରବାର ଦିନ ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ‘ହିନ୍ଦୁ ରିଲିଜିୟସ୍ ଆଣ୍ଡ୍ ଚାରିଟେବଲ୍ ଏଣ୍ଡାଓମେଣ୍ଟ୍’କୁ (ଏଚ୍ଆର୍ ଆଣ୍ଡ୍ ସିଇ) ଆଦେଶ ଦେଇଛନ୍ତି। ଭକ୍ତମାନେ ନିର୍ବିଘ୍ନରେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବାରୁ ତିରୁଚେନ୍ଦୁର ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ରଖିବା ଓ ବ୍ୟବହାର ନିଷେଧ କରିବା ଲାଗି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଲୋଡ଼ି ତୂତୁକୁଡ଼ି ଅନ୍ତର୍ଗତ ତିରୁଚେନ୍ଦୁରସ୍ଥିତ ଶ୍ରୀ ସୁବ୍ରମଣିଆ ସ୍ବାମୀ ମନ୍ଦିରର ଅନ୍ୟତମ ତିରିସୁତାନ୍ତିରାର ଏମ୍. ସୀତାରମଣ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।
ଆବେଦନକାରୀ କହିଛନ୍ତି, ଏହା ‘ଆଗମ’ ନିୟମ ବିରୁଦ୍ଧ ଓ ମନ୍ଦିରର ନିରାପତ୍ତାକୁ ଦୁର୍ବଳ କରୁଛି। ଏହାଛଡ଼ା, ବିନାସମ୍ମତିରେ ମହିଳା ଭକ୍ତମାନଙ୍କର ଫଟୋ ଉଠାଯାଇ ସେଗୁଡ଼ିକର ଅପବ୍ୟବହାର ମଧ୍ୟ କରାଯିବାର ସମ୍ଭାବନା ରହିଛି। ନିଷ୍ଠା ଓ ଧାର୍ମିକ ପବିତ୍ରତା ବଜାୟ ରଖିବା ନିମନ୍ତେ ମଦୁରାଇସ୍ଥିତ ମୀନାକ୍ଷି ସୁନ୍ଦରେଶ୍ବରର ମନ୍ଦିରରେ ମଧ୍ୟ ମୋବାଇଲ୍ ଫୋନ୍ ନିଷେଧ କରାଯାଇଛି ଓ ସେଗୁଡ଼ିକୁ ରଖିବା ନିମନ୍ତେ ମନ୍ଦିର ପରିସର ବାହାରେ ପୃଥକ୍ ଲକର୍ ରୁମ୍ ବ୍ୟବସ୍ଥା କରାଯାଇଛି।
ଏହି ଆବେଦନର ଶୁଣାଣି କରିଥିବା ବିଚାରପତି ଆର୍. ମହାଦେବନ ଏବଂ ଜେ ସତ୍ୟନାରାୟଣ ପ୍ରସାଦ କହିଛନ୍ତି, ଭକ୍ତମାନଙ୍କ ସୁରକ୍ଷା ଏବଂ ମନ୍ଦିରର ପବିତ୍ରତା ବଜାୟ ରଖିବା ନିମନ୍ତେ କର୍ତ୍ତୃପକ୍ଷମାନେ ମନ୍ଦିର ଭିତରେ ସେଲ୍ଫୋନ୍ର ବ୍ୟବହାର ନିଷେଧ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା କଥା।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।