Loading...

୨୮ରେ ମାଘ ସପ୍ତମୀ ବୁଡ

୨୮ରେ ମାଘ ସପ୍ତମୀ ବୁଡ

ରଥଯାତ୍ରା ପରେ ଚନ୍ଦ୍ରଭାଗା ମେଳା ପୁରୀ ଜିଲ୍ଲାର ଅନ୍ୟତମ ବିପୁଳ ଜନସମାଗମ ହେଉଥିବା ଆଧ୍ୟାତ୍ମିକ ବୁଡ କାର୍ଯ୍ୟକ୍ରମ । ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରଥଯାତ୍ରା ପରେ ଚନ୍ଦ୍ରଭାଗା ମେଳା ପୁରୀ ଜିଲ୍ଲାର ଅନ୍ୟତମ ବିପୁଳ ଜନସମାଗମ ହେଉଥିବା ଆଧ୍ୟାତ୍ମିକ ବୁଡ କାର୍ଯ୍ୟକ୍ରମ । ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍କିଟ ହାଉସ ଠାରେ ଦ୍ୱିତୀୟ ସମନ୍ବୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ତିନି ଠାକୁରଙ୍କ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ବୋଲି କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ବିସ୍ତୃତ ସୂଚନା ଦେଇ ପୂର୍ବ ପ୍ରସ୍ତୁତି ବୈଠକ ଓ ନୀତିକାନ୍ତି ବୈଠକର ନିର୍ଯ୍ୟାସ ସମ୍ପର୍କରେ ଆଲୋକପାତ କରିଛନ୍ତି ।ଚଳିତ ମାସ ୨୭ ଓ ୨୮ ତାରିଖରେ ତିନି ଠାକୁର ତ୍ରିବେଣେଶ୍ବର, ଦକ୍ଷିଣେଶ୍ବର ଓ ଇଶାନେଶ୍ବରଙ୍କୁ ନେଇ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେବ । ୨୭ ତାରିଖ ରାତି ୮.୧୦ରୁ ରାତି ୧୦.୪୦ ମଧ୍ୟରେ ତିନି ଠାକୁରଙ୍କ ବିମାନ ବିଜେ, ୧୧.୩୦ ରୁ ରାତି ୧୨ଟା ମଧ୍ୟରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଠାକୁରଙ୍କ ପୂଜା ଓ ଭୋଗ ଲାଗି ଅନୁଷ୍ଠିତ ହେବ । ରାତି ୧.୧୬ ରୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ଭୋର୍ ୪.୪୧ରୁ ୬.୨୪ ମଧ୍ୟରେ ଠାକୁରମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନଙ୍କୁ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇବାର ସୁଯୋଗ ମିଳିବ । ଠାକୁରମାନଙ୍କ ନୀତିରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ପୂଜକ ଓ ସେବାୟତମାନେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପରିବହନ, ରାସ୍ତାଘାଟ ମରାମତି, ଚନ୍ଦ୍ରଭାଗା ପୁଷ୍କରିଣୀ ଖନନ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ ବ୍ୟବସ୍ଥା, ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.