EnewsOdia.Com

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

ଆରବ ସାଗରରୁ ଯାଉନି ସାଇକ୍ଲୋନ୍ ।ଆରବସାଗରରେ ସୃଷ୍ଟି ହୋଇଛି ବର୍ଷର ୪ର୍ଥ ବାତ୍ୟା ‘ମହା’ । ଏବେ ସମୁଦ୍ରରେ ‘କ୍ୟାର’ ଥିବା ବେଳେ ପୁଣି ସୃଷ୍ଟି ହୋଇଛି ‘ମହା’ ଯାହାକି ଏକ ବିରଳ ଘଟଣା ବୋଲି କୁହାଯାଉଛି।  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଆକଳନ ଅନୁସାରେ ବୁଧବାର ରାତିରେ ବାତ୍ୟା ‘ମହା’ ଦକ୍ଷିଣ-ପୂର୍ବ ଆରବ ସାଗର ଲାକ୍ଷାଦ୍ୱୀପ ନିକଟରେ କେନ୍ଦ୍ରୀଭୂତ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଏହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୧୭ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି।

ନଭେମ୍ବର ୧ ତାରିଖ ସୁଦ୍ଧା ‘ମହା’ ତାର ତାଣ୍ଡବ ରଚିବ। ଯାହା ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଉପକୂଳରେ ଅନୁଭୂତ ହେବ।  ଲାକ୍ଷାଦ୍ୱୀପରେ ‘ମହା’ର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷା ହୋଇଛି।ବାତ୍ୟା ‘ମହା’ ପ୍ରଭାବରେ ତାମିଲନାଡୁ, ମହାରାଷ୍ଟ୍ର ଓ ଗୋଆରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।ତେଣୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ପଢନ୍ତୁ: ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର

ସମ୍ବନ୍ଧିତ ଖବର

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana

ପୁଣି ଅଡ଼ୁଆରେ ସାଂସଦ ଅନୁଭବ ମହାନ୍ତି

Ratnamani Maharana

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

Ratnamani Maharana

୨୦୨୧ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

Ratnamani Maharana

ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana