26 C
Bhubaneswar
January 19, 2021
EnewsOdia.Com
Uncategorized

କରୋନା ମୁକାବିଲା ପାଇଁ ମହାବାରୁଣୀ ସ୍ନାନକୁ ବନ୍ଦ କରିଲା ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି। ଆସନ୍ତା ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନକୁ ରଦ୍ଦ କରିଛି ପ୍ରଶାସନ। ଏହାଛଡ଼ା ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ଜଣାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ରହିଥିବାରୁ ଦୈନିକ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ତେବେ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଆସୁଥିବା ଗାଡ଼ିକୁ କୁଆଖିଆଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର କରୋନା ଓ୍ବାର୍ଡ ପ୍ରସ୍ତୁତ ରହିଛି। ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଯାଜପୁର ରୋଡରେ ଥିବା ଶିଳ୍ପାଞ୍ଚଳ, ରେଳଷ୍ଟେସନ, ବସଷ୍ଟାଣ୍ଡ ଏବଂ ଏକାଧିକ ବ୍ୟକ୍ତି ବିଶେଷ ଏକତ୍ରିତ ହେଉଥିବା ସ୍ଥାନମାନଙ୍କରେ କି କି ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି, ତାହା ଉପରେ ନଜର ରଖାଯାଇଛି।

ପଢନ୍ତୁ: କୋରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

Related posts

ଓଡ଼ିଶାରେ ଲୁଚିଛିକି ନାବାଳିକା ଅପହରଣକାରୀ ଧବଳ ତ୍ରିବେଦୀ

Ratnamani Maharana

ଗୋରାଛୁଆ କେମିତି ହେବ… ଜାଣନ୍ତୁ ଗୋରା ଛୁଆ ପାଇବାର ୬ ଟି ଟିପ୍ସ

Ratnamani Maharana

ଆମେରିକାକୁ ସୁଲେମାନୀଙ୍କ ଝିଅର ଧମକ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More