Loading...

ଆରପାରିରେ ମହାଭାରତ ଫେମ୍ ପ୍ରବୀଣ କୁମାର

ଆରପାରିରେ ମହାଭାରତ ଫେମ୍ ପ୍ରବୀଣ କୁମାର

ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ଦେହାନ୍ତ ହୋଇଛି ।

ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥତା ସହ ସଂଗ୍ରାମ କରୁଥିବା ପ୍ରବୀଣ କୁମାର ସୋବଟୀ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରବୀଣ କୁମାର କେବଳ ଅଭିନୟରେ ନୁହେଁ କ୍ରୀଡା ଜଗତରେ ମଧ୍ୟ ଅନେକ ସୁନାମ ଅର୍ଜନ କରିଥିଲେ ।

ପଞ୍ଜାବର ପ୍ରବୀଣ କୁମାର ମଧ୍ୟ ଅନେକ ବଲିଉଡ ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ସେ ଲୋକଙ୍କ ହୃଦୟରେ କରୁଥିଲେ ରାଜ୍ମ । ବିଶେଷ କରି ସେ ଭୀମ ଭୂମିକା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । କୁହାଯାଉଛି ଯେ ପ୍ରବୀଣ କୁମାର ସୋବଟୀ ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏମିତିକି ସୋସିଆଲ ମିଡିଆରେ ଟ୍ୱିଟ କରି ସହାୟତା ବି କାମନା କରୁଥିଲେ ।

ସୂଚନା ଥାଉକି, ଅଭିନୟରେ ଯୋଗଦେବା ପୂର୍ବରୁ ପ୍ରବୀଣ କୁମାର ସୋବଟୀ ଜଣେ ଆଥଲେଟ୍ ଥିଲେ । ସେ ଏସୀୟ ଏବଂ କମନୱେଲଥ ଗେମ୍ସରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । କ୍ରୀଡା ଜଗତରେ ନାମ ଅର୍ଜନ କରିବା ପରେ ସେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ମଧ୍ୟ ଚାକିରୀ ପାଇଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.