SPORTS

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ହସିନ୍‌ ଙ୍କ ୨ଟି ଝିଅ ଥିବା ସଂପର୍କରେ ଜାଣିନଥିଲେ ମହମ୍ମଦ୍ ସାମି

ଭାରତୀୟ କ୍ରିକେଟର ମହମ୍ମଦ୍ ସାମି ଓ ତାଙ୍କ ପତ୍ନୀ ହସିନଙ୍କ ମଧ୍ୟରେ ଲାଗିଥିବା ବିବାଦ ଧୀରେ ଧୀରେ ନୂଆ ମୋଡ ନେଉଛି । ଏହି ବିବାଦ ଛାଡିବାର ନା ହିଁ ନଉନି । ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ପାରିବାରିକ ହିଂସା ସହ ଅନ୍ୟ ଅଭିଯୋଗ ହସିନ୍‌ ଆଣିଥିଲେ । ହସିନ୍‌ ପୂର୍ବରୁ ବିବାହିତା ଥିଲେ ବୋଲି ଜାଣିନଥିଲେ ବୋଲି କହିଛନ୍ତି ସାମି ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାମି କହିଥିଲେ ହସିନ୍‌ ପୂର୍ବରୁ ସୌଫୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ।  ତାଙ୍କର ୨ଟି ଝିଅ ଥିବା ସଂପର୍କରେ ଜାଣିନଥିଲେ । ତେବେ ତାଙ୍କର ଦୁଇ ଝିଅଙ୍କୁ ହସିନ୍‌ ପରଲୋକଗତ ଭଉଣୀର ଝିଅ ବୋଲି ସାମିଙ୍କୁ ଜଣାଇଥିଲେ ।

ହସିନଙ୍କ ପୂର୍ବ ସଂପର୍କ କଥା ସାମି ବହୁ ଆଗରୁ ଜାଣିଥିଲେ ମଧ୍ୟ ଚୁପ ରହିଥିଲେ ଏବଂ  ପତ୍ନୀଙ୍କୁ ଯଥାସଂଭବ ବୁଝାଇଥିଲେ । କିନ୍ତୁ ବର୍ତମାନ ହସିନ ତାଙ୍କ ବିଷୟରେ ଏପରି ଅଭିଯୋଗ ଆଣିବେ ଯାହା ସେ ସ୍ୱପ୍ନରେ ବି କଳ୍ପନା କରିନଥିଲେ । ହସିନ ଯେଉଁ ଦେଶଦ୍ରୋହର ଆରୋପ ଲଗାଇଛନ୍ତି ତାହାକୁ ସେ ଖଣ୍ଡନ କରିବା ସହ ଆଉ କାହା କଥାରେ ପଡି ହସୀନ ଏହିପରି କହୁଥିବା କହିଛନ୍ତି କ୍ରିକେଟର ମହମ୍ମଦ୍ ସାମି ।

ପଢନ୍ତୁ ;

ବାସ୍ତଶାସ୍ତ୍ର ଅନୁସାରେ ଗାଈଙ୍କୁ ଖାଇବାକୁ ଦେଲେ କ’ଣ ଲାଭ ମିଳେ ଜାଣନ୍ତୁ ?

Related posts

ସିନ୍ଧୁଙ୍କୁ ଐତିହାସିକ ରୌପ୍ୟ ,ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ

ENO Beuro

ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ବିରାଟ କୋହଲି ଓ ଜଶପ୍ରୀତ ବୁମରା

ENO Beuro

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More