News

ମହମ୍ମଦ ସାମିଙ୍କ ଦୁର୍ଘଟଣା ପରେ ଶାନ୍ତ ପଡିଲେ ହସିନ୍ ଜହାଁ

By Krishna Kumar Manoj

March 28, 2018

ସାମି କହିଲେ ଏବେ କୋର୍ଟରେ ଦେଖା ହେବ

ଭାରତୀୟ କ୍ରିକେକର ମହମ୍ମଦ ସାମି ଏବଂ ସ୍ତ୍ରୀ ହସିନ ଜହାଁଙ୍କ ଭିତରେ କିଛି ଦିନ ହେବ ଘରୋଇ କଳହକୁ ନେଇ ତୁ’ତୁ ମେ’ମେ ଲାଗି ରହିଛି । କଥା ଏତେ ବାଟ ଆଗକୁ ଯାଇଛି ଯେ ଘର କଥା କୋର୍ଟକୁ ଗଲାଣି । ନିକଟରେ ସାମିଙ୍କ ସଡକ ଦୁର୍ଘଟଣା ପରେ ସ୍ତ୍ରୀ ହସିନ ସବୁକିଛିକୁ ଭୁଲି ସ୍ୱାମୀଙ୍କ ନିକଟକୁ ଯାଇଥିଲେ ।

ଏକ ସାକ୍ଷାତକାରରେ ହସିନ ସାମିଙ୍କୁ ଛାଡ଼ପତ୍ର ନଦେଇ ତାଙ୍କୁ ସୁଧାରିବାକୁ ଚାହିଁବା କଥା ପ୍ରକାଶ କରିଛନ୍ତି । ଦୁର୍ଘଟଣା ପୂର୍ବରୁ ସେ ସାମିଙ୍କ ସହ ବହୁବାର କଥା ହେବା ପାଇଁ ତାଙ୍କୁ ଫୋନ ଲଗାଇଥିଲେ ହେଁ ସାମୀ ଫୋନ ଉଠାଇ ନଥିଲେ ଏବଂ ଦିଲ୍ଲୀ ଆସିବା ପରେ ହୋଟେଲ ରେଡିସନରେ ଦୁହିଁଙ୍କ ଦେଖା ହୋଇଥିଲା ।

ଦିଲ୍ଲୀ ପହଞ୍ଚିଥିବା ହସିନ କହିଛନ୍ତି ଯେ ସାମି କେବଳ ଆମ ଝିଅ ସହିତ ଖେଳିଲେ କଥା ମଧ୍ୟ ହେଲେ । କିନ୍ତୁ ସେ ମୋତେ  ଲଗାତାର ଅଣଦେଖା କରି ଚାଲିଲେ । ସାମି ସେଠାରେ ଝିଅ ସହ ଖେଳିଥିଲେ କିନ୍ତୁ ହସିନଙ୍କ ସହ କୋର୍ଟରେ ଦେଖିବା ପାଇଁ ଧମକ ଦେଇଥିଲେ ।

ସାମୀଙ୍କ ଗାଡି ୨୪ ମାର୍ଚ୍ଚ ଦିନ ଏକ ଟ୍ରକକୁ ପିଟିଦେଇଥିଲା, ଯାହାଦ୍ୱାରା ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ସେତେବେଳେ ସବୁ ରାଗରୁଷାକୁ ଭୁଲି ହସିନ ସାମୀଙ୍କ ପାଖକୁ ଯାଇଥିଲେ । ସାମୀ ତାଙ୍କୁ ଧୋକା ଦେଇଥିଲେ ମଧ୍ୟ ସେ ତାଙ୍କୁ ଏବେ ବି ଭଲ ପାଉଥିବା କଥା କହି ତାଙ୍କ ଆରୋଗ୍ୟ କାମନା ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କରିବା କଥା କହିଛନ୍ତି ।

ପଢନ୍ତୁ ;

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି