SPORTS

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

ଆଇପିଏଲ ଖେଳିବାର ପଥ ପରିଷ୍କାର

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବଡ ଆଶ୍ଵସ୍ତି ମିଳିଛି । ବିସିସିଆଇ ଦୁର୍ନୀତି ନିବାରଣ ଓ ସୁରକ୍ଷା ୟୁନିଟ (ଏସିୟୁ) ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍ ଦେଇଛି । ବିସିସିଆଇ ଗୁରୁବାର କହିଛି ଯେ ସାମିଙ୍କ ବିରୁଦ୍ଧରେ ଲାଗିଥିବା ମ୍ୟାଚ୍ ଫିକ୍ସିର ଯାଞ୍ଚ କରାଯାଇଥିଲା ଏବଂ ସେ ନିର୍ଦ୍ଦୋଷ ବୋଲି ପ୍ରମାଣ ମିଳିଲା ।

ସାମିଙ୍କୁ  ‘ଗ୍ରେଡ-ବି’ ରେ ସାମିଲ କରା ଯାଇଛି । ତାଙ୍କୁ ‘ଗ୍ରେଡ଼-ବି’ ବାର୍ଷିକ ଅନୁବନ୍ଧ ଦିଆଯାଇଛି, ଯଦ୍ୱାରା ତାଙ୍କୁ ୩ କୋଟି ମିଳିବ । ଏସିୟୁରୁ କ୍ଲିନ୍‍ ଚିଟ୍‍ ପାଇବା ପରେ ସାମୀଙ୍କ ଆଇପିଏଲ ଖେଳିବା ମଧ୍ୟ ନିଶ୍ଚିନ୍ତ ହୋଇଛି । କାରଣ ଏସିୟୁରୁ ରିପୋର୍ଟ ଉପରେ ସାମୀଙ୍କ ଖେଳିବା ନିର୍ଭର କରୁଥିଲା ।

ପତ୍ନୀ ହସିନ ଜାହାଁଙ୍କ ଅଭିଯୋଗା ଅନୁସାରେ ବିସିସିଆଇ ସାମୀଙ୍କ ବିରୋଧରେ ଫିକ୍ସିଂ ମାମଲାର ତଦନ୍ତ କରିଥିଲା । ଏକ ସପ୍ତାହର ତଦନ୍ତ ପରେ ସାମି ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଫଳରେ ସେ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ନିଜର ଫ୍ରାଞ୍ଚାଇଜି ଦିଲ୍ଲୀ ଡେୟାର ଡେଭିଲ୍ସ ତରଫରୁ ଖେଳିବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍ news psd 1

ପଢନ୍ତୁ ;

ଶୁଭିଲା ” ଓଲେ ଓଲେ ଦିଲ ବୋଲେ “

Related posts

ପତ୍ନୀଙ୍କ ସହ ବିବାଦ ପରେ ମୋହମ୍ମଦ ଶାମିଙ୍କୁ ଆଉ ଏକ ଝଟକା

ENO Beuro

ଆଜି ଦ୍ୱିତୀୟ ଟି-୨୦: ରୋହିତ ବାହିନୀର ସିରିଜ ଲକ୍ଷ୍ୟ

ENO Beuro

ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More