News

ହୁକିଟୋଲା ବୋଟ ଟ୍ରାଜେଡି: ଏକାଠି ଜଳିଲା ୮ଜୁଇ

କେନ୍ଦ୍ରାପଡ଼ା ଜିଲା ହୁକିଟୋଲାରୁ ବଣଭୋଜି ସାରି ବୁଧବାର ସନ୍ଧ୍ୟାରେ ଫେରୁଥିବାବେଳେ ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ଅଧୀନ ନିପାଣିଆ ଗ୍ରାମ ବାଲିଘାଟ ନିକଟ ଖୋଳାନଦୀରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୭ଶିଶୁଙ୍କ ସମେତ ୯ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ଜଣେ ୬ବର୍ଷର ଶିଶୁ କନ୍ୟା ଏବେବି ନିଖୋଜ ଅଛନ୍ତି।

pdp

ଗୁରୁବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ହସିଣା ଗ୍ରାମର ଶ୍ମଶାନରେ ଏକ ସଙ୍ଗେ ୮ଟି ଜୁଇ ଜଳିଥିବାବେଳେ ଗଣ୍ଡିଳିପୁରରେ ଗୋଟିଏ ଜୁଇ ଜଳିଛି। କେବଳ ୩ବର୍ଷର ଶିଶୁ ସୋନାକ୍ଷୀ ଦଳାଇଙ୍କ ନିଜ ଘର ଗଣ୍ଡକିପୁର ହୋଇଥିବାରୁ ସେଠାରେ ତାଙ୍କ ଶବଦାହ କରାଯାଇଥିଲା।

ସୂଚନାଯୋଗ୍ୟ,ଗତକାଲି ଡଙ୍ଗା ବୁଡ଼ିବା ଖବର ପ୍ରଚାରତ ହେବା କ୍ଷଣି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ ସହ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଆଜି ମଧ୍ୟ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ଶୁଭଶ୍ରୀଙ୍କୁ ଖୋଜାଖୋଜି ଜାରି ରହିଛି।

ପଢନ୍ତୁ; ଆପଣ ବି ମଦ୍ୟପାନ କରୁଛନ୍ତି କି ? ସାବଧାନ! ହୋଇପାରେ ଚର୍ମ କର୍କଟ

Related posts

ଟୋକିଓ ‘ମେକ ଇନ ଇଣ୍ଡିଆ’ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ENO Beuro

ଛତିଶଗଡ ରାଜ୍ୟପାଳ ଶ୍ରୀ ବଳରାମଜୀ ଦାସ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

Sumitra Mahajan Inaugurates The Children Exhibition “New India-We Resolve to Make”

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More