EnewsOdia.Com

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

ମହାପ୍ରସାଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୁଲ୍ୟ। ମହାପ୍ରସାଦ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ଏହି ଅଗାଧ ବିଶ୍ବାସ ବିଶ୍ବବାସୀଙ୍କ ମନରେ ସର୍ବଦା ଜୀବନ୍ତ ରହିଛି। ମହାପ୍ରଭୁଙ୍କ ମହାପ୍ରସାଦକୁ ଅଳିଆଗଦାରେ ପିଙ୍ଗାଯାଉଛି । ଅନ୍ୟ କେଉଁଠି ନୁହେଁ, ଖୋଦ୍ ଶ୍ରୀକ୍ଷେତ୍ରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି।

ପୁରୀ ରେଳବାଇ ହବିଷ୍ୟାଳି ଶିବିରରେ ଏଭଳି ଦୃଶ୍ୟ ଶ୍ରୀଜଗନ୍ନାଥପ୍ରେମୀ ତଥା ଭକ୍ତଙ୍କୁ ମର୍ମାହତ କରିଛି। ଯିଏ ବି ଏ ଭଳି କରୁଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥପ୍ରେମୀ, ସେବାୟତ ଓ ଭକ୍ତ ମହଲ ଦାବି କରିଛି।

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ତିନିଟି ହବିଷ୍ୟାଳି ଶିବିର ଖୋଲି ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ରେଳୱେ ହବିଷ୍ୟାଳି ଶିବିରରେ ଦୈନିକ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅଧିକାଂଶ ସମୟରେ ଏଠାରେ ମହାପ୍ରସାଦ ପୁରୀ ପୌରସଂସ୍ଥା ଯୋଗାଇ ଦେଇଥିବା ଡଷ୍ଟ୍‌ବିନରେ ପିଙ୍ଗାଯାଉଛି। କେବଳ ବଳକା ନୁହେଁ, କୁଡ଼ୁଆ ସହ ମହାପ୍ରସାଦକୁ ଏଠାରେ ଫିଙ୍ଗି ଦିଆଯାଉଛି। ଆଜି ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତ, ଶ୍ରୀଜଗନ୍ନାଥପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପଢନ୍ତୁ: ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

ସମ୍ବନ୍ଧିତ ଖବର

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana

ନୂଆ ରୂପରେ ହେବ କଟକ ଐତିହାସିକ ବାଲିଯାତ୍ରା

Ratnamani Maharana

ବୃହସ୍ପତିର ରେକର୍ଡ ଭାଙ୍ଗିଲା ଶନି

Ratnamani Maharana

କଟକର ଆଇନକ୍ସରେ ‘ଛପାକ୍‌’ ଦେଖିଲେ ଓଡିଶାର ୫ ଏସିଡ୍‌ ପୀଡ଼ିତା

Ratnamani Maharana

ବ୍ୟାନ ପରେ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପରିବେଷଣ ହେଲା ଅଶ୍ଳୀଳ ନୃତ୍ୟ

Ratnamani Maharana

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

Ratnamani Maharana