EnewsOdia.Com

ଆଜି ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ଏବଂ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଯେଉଁ ସମସ୍ୟା ଉପୁଜିଛି, ସେହି ପ୍ରସଙ୍ଗରେ ଫଡ଼ନାବିସ୍, ଅମିତ ଶାହାଙ୍କ ସହ ଆଲୋଚନା କରିବାର ସଂଭାବନା ରହିଛି । ଅମିତ ଶାହା ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ଶିବସେନା ସହ କଥାବାର୍ତା କରିବାର ସଂଭାବନା ରହିଛି ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଶିବସେନାକୁ ମନ୍ତ୍ରୀମଣ୍ଡଳରେ ବଡ଼ ବଡ଼ ବିଭାଗ ଦିଆଯାଇପାରେ କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ନୁହେଁ ବୋଲି ଏହି ବିଜେପି ନେତା ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନ ପାଇଁ କୌଣସି ମୁଳଚାଳ କରିବ ନାହିଁ ଦଳ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଗତ ୨୪ ତାରିଖରୁ ନିର୍ବାଚନ ଫଳାଫଳ ଆସିଥିଲେ ସୁଦ୍ଧା ସରକାର କିଏ ଗଢ଼ିବ ତାହା ଚୁଡ଼ାନ୍ତ ହୋଇପାରୁନାହିଁ ।

ଏପଟେ ଶିବସେନା ମୁଖ୍ୟମନ୍ତ୍ରୀ ଓ ଫିପଟି ଫିପଟି ଫର୍ମୂଲାକୁ ନେଇ ଅଡି ବସିଛି । ଏଥିପାଇଁ ବିଜେପି-ଶିବସେନା ମେଂଟ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁ ନାହିଁ । ଆଉ ଏହି ଅଚଳାବସ୍ଥା ଭିତରେ ଶିବସେନା ଓ ଏନସିପି ମେଂଟ ସମ୍ଭାବନାର ସଙ୍କେତ ମିଳିଛି । ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଦଳ ସମର୍ଥନରେ ୧୭୦ ବିଧାୟକ ଅଛନ୍ତି । ତେଣୁ ବିଜେପି ସହ କେବଳ ମୁଖ୍ୟମନ୍ତ୍ରୀ ପାଇଁ କଥାବାର୍ତା କରାଯିବ । ସେପଟେ ନିର୍ବାଚନ ଫଳାଫଳ ଘୋଷଣା ପରଠୁ ବିରୋଧୀ ଆସନରେ ବସିବୁ ବୋଲି କହୁଥିବା ଏନସିପିର ସ୍ୱର ବଦଳିଛି । ଏନସିପି ନେତା ଅଜିତ ପାୱାର କହିଛନ୍ତି, ସଂଜୟ ରାଉତଙ୍କ ମେସେଜ ଆସିିଛି, ଆଗକୁ ତାଙ୍କ ସହ କଥା ହେବି । ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀରେ ଅଛନ୍ତି । ତେଣୁ ବିଜେପିକୁ ଛାଡି କଂଗ୍ରେସ, ଏନ୍ସିପି ସହାୟତାରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ଚର୍ଚ୍ଚା ଜୋର ଧରିଛି ।

ପଢନ୍ତୁ: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

ସମ୍ବନ୍ଧିତ ଖବର

ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

Ratnamani Maharana

ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ

Ratnamani Maharana

ନୱାଜ ସରିଫଙ୍କୁ ମିଳିଲା ଜାମିନ

Ratnamani Maharana

ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ

Ratnamani Maharana

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

Ratnamani Maharana

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

Ratnamani Maharana