News

ସେଲ୍‌ଫି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ପତ୍ନୀ ଅମୃତା ଫଡନବିଶ କ୍ଷମା ମାଗିଛନ୍ତି।

ଏକ ବିଳାସପୂର୍ଣ୍ଣ କ୍ରୁଜ୍‌ ଜାହାଜର ପ୍ରାନ୍ତରେ ବସି ସେଲ୍ଫି ନେଇଥିବାରୁ ଏବେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବାରୁ ଅମୃତାଙ୍କୁ ଟ୍ବିଟରରେ ସମାଲୋଚନା କରାଯାଇଛି। ତେବେ ଅମୃତା ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

cm ସେଲ୍‌ଫି ସେଲ୍‌ଫି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ cm 1

ସୂଚନାଯୋଗ୍ୟ,ଏକ ମରାଠି ଟେଲିଭିଜନ ଚ୍ୟାନେଲରେ ଦେଉଥିବା ଏକ ସାକ୍ଷାତ୍‌ କାରରେ ଅମୃତା କହିଛନ୍ତି, ଯଦି କେହି ଭାବୁଛନ୍ତି ମୁଁ ଯେଉଁ ସ୍ଥାନରେ ସେଲ୍‌ଫି ନେଉଥିଲି ତାହା ବିପଦପୂର୍ଣ୍ଣ ଓ ଏମିତି ସେଲ୍‌ଫି ନେବା ଠିକ୍‌ ନୁହେଁ ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଯୁବତୀ-ଯୁବକମାନଙ୍କୁ ମଧ୍ୟ ଅନୁରୋଧ କରୁଛି ସେମାନେ ବିପଦପୂର୍ଣ୍ଣ ଭାବେ ସେଲ୍‌ଫି ନିଅନ୍ତୁ ନାହିଁ। ହେଲେ ମୁଁ ଯେଉଁ ସ୍ଥାନରେ ସେଲ୍‌ଫି ନେଉଥିଲି ତାହା ଏକ ସୁରକ୍ଷିତ ସ୍ଥାନ ବୋଲି ସେ ଶେଷରେ କହିଛନ୍ତି।

ପଢନ୍ତୁ; ଆଜି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର

Related posts

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ENO Beuro

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ

ENO Beuro

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More