ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ଯୋଗଗୁରୁ ରାମଦେବ (Baba Ramdev controversial statement on women) । ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାମଦେବ ।
ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ଯୋଗଗୁରୁ ରାମଦେବ (Baba Ramdev controversial statement on women) । ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାମଦେବ । ଏହି ମାମଲାରେ ତାଙ୍କୁ ନୋଟିସ ଜାରି କରିଛି ମହାରାଷ୍ଟ୍ର ମହିଳା କମିଶନ । 3ଦିନ ମଧ୍ୟରେ ମନ୍ତବ୍ୟ ସମ୍ପର୍କରେ ଉତ୍ତର ରଖିବା ପାଇଁ ନୋଟିସରେ ମହିଳା କମିଶନ ଦର୍ଶାଇଛି । ସେହିପରି ଦିଲ୍ଲୀ ମହିଳା କମିଶନ ଅଧ୍ୟାକ୍ଷା ସ୍ବାତୀ ମାଲିଓ୍ବାଲ ମଧ୍ୟ ରାମଦେବ ଟିପ୍ପଣୀଙ୍କୁ ସମାଲୋଚନା କରିବା ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ସ୍ବାତୀ ରାମଦେବଙ୍କ ଉକ୍ତ ବିବାଦୀୟ ଟିପ୍ପଣୀର ଏକ ଭିଡିଓ ମଧ୍ୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଆଜି ଥାନେରେ ଆୟୋଜିତ କାର୍ଯ୍ୟକ୍ରମରେ ରାମଦେବ ଅଂଶଗ୍ରହଣ କରିଥିବା ମହିଳାଙ୍କ ଶାଢୀ ପିନ୍ଧିବା ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ରାମଦେବ କହିଥିଲେ, ‘‘ଆଜି କାର୍ଯ୍ୟକ୍ରମରେ ବ୍ୟସ୍ତତା ମଧ୍ୟରେ କିଛି ମହିଳାଙ୍କୁ ଶାଢୀ ପିନ୍ଧିବାର ଅବସର ମିଳିନି । ସେମାନେ ଘରେ ଯାଇ ଶାଢୀ ପିନ୍ଧି ପାରିବେ । ଆପଣମାନେ ଶାଢୀରେ ଭଲ ଲାଗନ୍ତି, ସାଲଓ୍ବାରରେ ମଧ୍ୟ ଭଲ ଲାଗନ୍ତି । ଯଦି ଆପଣମାନେ ମୋ ପରି ପୋଷାକ ପରିଧାନ କରନ୍ତି ତା ହେଲେ ମଧ୍ୟ ଭଲ ଲାଗିବେ ।’’
କାର୍ଯ୍ୟକ୍ରମ ମଞ୍ଚରେ ରାମଦେବଙ୍କ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ । ତେବେ ରାମଦେବଙ୍କ ଏପରି ଟିପ୍ପଣୀ ପରେ ବିବାଦ ଦେଖିବାକୁ ମିଳିଥିଲା । ଅଭିଯୋଗ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା । ଏହି ମାମଲାରେ ମହିଳା କମିଶନ 3ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାମଦେବଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଭିଡିଓକୁ ଟ୍ବିଟ କରି ଟିପ୍ପଣୀକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ (Swati Maliwal of Delhi Women Commission)।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।