News

ମରାଠା ସଂରକ୍ଷଣ ଅନ୍ଦୋଳନ ନେଲା ଭୟଙ୍କର ରୂପ:ବ୍ୟାପକ ପୋଡ଼ା ଜଳା, ବସ୍‍ ଓ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ

ମରାଠା ସଂପ୍ରଦାୟର ଲୋକମାନେ ସଂରକ୍ଷଣ ଦାବିରେ ଜାରି ରଖିଥିବା ଆନ୍ଦୋଳନ ଆଜି ଭୟଙ୍କର ରୂପ ଧାରଣ କରିଛି। ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ଆଜି ଲୋକମାନେ ଔରଙ୍ଗାବାଦରେ ଗାଡ଼ି ଜାଳି ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ ସେମାନେ ରାସ୍ତା ଅବରୋଧ କରି ଯାତାୟାତକୁ ଠପ୍‌ କରି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଦେବେନ୍ଦର ଫଡନଭିସ୍ ୭୨ ହଜାର ସରକାରୀ ଚାକିରିରେ ମରାଠାଙ୍କ ପାଇଁ ୧୬ ପ୍ରତିଶତ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର ଏଥିରେ ମଧ୍ୟ ଆନ୍ଦୋଳନର ନିଆଁ ଶାନ୍ତ ପଡିବା ବଦଳରେ ଅଧିକ ଉଗ୍ର ହୋଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ରହିଛି। ଏହା ବ୍ୟତୀତ ୨୦୧୯ରେ ରାଜ୍ୟରେ ବିଧାନସଭା ନିର୍ଵାଚନ ହେବାକୁ ଅଛି। ଏମିତିରେ ମରାଠା ଆନ୍ଦୋଳନ ଫଡନଭିସ ସରକାର ଓ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜିଂ ହୋଇ ପାରେ।

ଏହି ଆନ୍ଦୋଳନ ଯୋଗୁ ସାଧାରଣ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ମରାଠା କ୍ରାନ୍ତି ମୋର୍ଚ୍ଚାର ସଦସ୍ୟମାନେ ଔରଙ୍ଗାବାଦର ଗଙ୍ଗାପୁରଠାରେ ଗୋଟିଏ ଟ୍ରକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ଆନ୍ଦୋଳନକାରୀ ଔରଙ୍ଗାବାଦ ଓ ପୁଣେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଏହି ସମୟରେ କାକାଶାହେବ ନାମକ ଜଣେ ଆନ୍ଦୋଳନକାରୀ ଗୋଦାବରୀଙ୍କୁ ଡେଇଁ ଆତ୍ମହତ୍ୟା କରିବାକୁ ଆନ୍ଦୋଳନ ଭୟଙ୍ଗର ରୂପ ଧାରଣ କରିଥିଲା। ପୁଲିସ୍‌ ଏଭଳି ଆତ୍ମହତ୍ୟା କରିବାକୁ କାକାଶାହେବଙ୍କୁ ଉସାକାଇ ଥିଲା ବୋଲି ଅଭିଯୋଗ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜଲ ସମାଧୀ ନାମରେ ଅଭିଯାନ ଆରମ୍ଭ ହୋଇଛି।

ପଢନ୍ତୁ;କଳ୍ପନା ଛକରେ ବସ୍ ଦୁର୍ଘଟଣା,୭ ଆହତ

Related posts

ମହାରାଷ୍ଟ୍ର ଔରଙ୍ଗାବାଦରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ୩୦ରୁ ଅଧିକ ଆହତ

ENO Beuro

ସରକାରୀ ଚାକିରି ପାଇଁ ଲାଞ୍ଚ ? ଘଟଣା କ’ଣ ନଜର ପକାନ୍ତୁ

ENO Beuro

କୋର୍ଟରେ ପହଞ୍ଚିଲା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ

ENO Beuro

Leave a Comment