ଏଥର ନିର୍ବାଚନରେ ପିପିଲିରୁ ମୁଁ ନିଶ୍ଚିତ ଲଢିବି ବୋଲି କହିଲେ ମହାରଥୀ

maharathi confirm he is stand as a candidate in pipili

ଆସନ୍ତା ନିର୍ବାଚନରେ ମୁଁ ପିିପିଲି ଆସନରୁ ଲଢିବା ସୁନିଶ୍ଚିତ

ଶୁକ୍ରବାର ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସାରିବା ପରେ ଶ୍ରୀ ମହାରଥୀଙ୍କୁ  ଏଥର ନିର୍ବାଚନରେ ଲଢିବା କଥା ପଚାରିବାରୁ ସେ ମୁଁ ନିଶ୍ଚିତ  ଲଢିବେ ବୋଲି କହିଛନ୍ତି ପ୍ରଦୀପ ମହାରଥୀ।

ନିଜର ବିବାଦୀୟ ମନ୍ତବ୍ୟ ଯାତ୍ରା ଡାଇଲଗ ପାଇଁ ମହାରଥୀ ବେଶ ପ୍ରସିଦ୍ଧ। ନିଜର ବିବାଦୀୟ ମନ୍ତବ୍ୟ ପାଇଁ ବାବୁ ଦୁଇ ଦୁଇ ଥର ମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇସାରିଲେଣି। ନିକଟରେ ବେବିନା ଦୁଷ୍କର୍ମ ମାମଲାରେ ଅଦାଲତରୁ ପିପିଲି ଗଣଧର୍ଷଣ  ମାମଲାର ଦୁଇ ଅଭିଯୁକ୍ତ ନିଦେ୍ର୍ଧାଷରେ ଖଲାସ ହେବା ପରେ ମହାରଥୀ କହିଥିଲେ ଯେ, ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି” ଉକ୍ତ ମନ୍ତବ୍ୟ ଦେଇ ଜାନୁଆରୀ ୬ ତାରିଖରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ୧୯୮୫ ମସିହା ଠାରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମହାରଥୀ ଦଳୀୟ ଟିକେଟ ପାଇଁ ଲବି  କରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ପଢନ୍ତୁ: ଦାମୋଦର ରାଉତଙ୍କ ନବୀନଙ୍କୁ ପ୍ରଶ୍ନ ବାଣ: ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ କଣ ପାଇଁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More